fbpx

Jio ଲଞ୍ଚ କଲା ୬ଟି ନୂଆ ପ୍ଲାନ୍: ୟୁଜର୍ସଙ୍କୁ ମିଳିବ କଲିଂ, ଡାଟା ଓ ଭାଲିଡିଟୀ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣି ଥରେ କିଛି ନୂଆ ପ୍ଲାନ୍ସ ଲଞ୍ଚ କରିଛି । ଏହି ସବୁ ପ୍ଲାନ୍ସରେ ୟୁଜର୍ସଙ୍କୁ କଲିଂ, ଡାଟା, ଏସଏମଏସ ଓ ଭାଲିଡିଟୀ ସୁବିଧା ମିଳିବ । ତେବେ ଏହି ସବୁ ପ୍ଲାନ୍ସକୁ ଜିଓ ଇଣ୍ଟରନ୍ୟାସନାଲ ରୋମିଂ ପ୍ୟାକ ପାଇଁ ଅଲଗା ଅଲଗା ଦେଶ ପାଇଁ ଲଞ୍ଚ କରିଛି । କମ୍ପାନୀ ରିଚାର୍ଜ ପ୍ଲାନ ୮୯୮ ଟଙ୍କାରୁ ଆରମ୍ଭ ହୋଇଥିବା ବେଳ ତାହା ୩୮୫୧ ଟଙ୍କା ପର୍ଯ୍ୟନ୍ତ ରହିଛି । ୟୁଏଇ ପାଇଁ ୮୯୮ ଟଙ୍କାରୁ ପ୍ଲାନ ଆରମ୍ଭ ହୋଇଥିବା ସେଥିରେ କଲିଂ, ଡେଟା ଓ ଏସଏମଏସ ଆଦି ୩ଟି ସୁବିଧା ମିଳୁଛି । ଏହି ପ୍ଲାନ ୭ ଦିନର ଭାଲିଡିଟୀ ସହିତ ଆସୁଛି । କମ୍ପାନୀ ୧୫୯୮ ଓ ୨୯୯୮ ଟଙ୍କିଆ ପ୍ଲାନକୁ ଯଥାକ୍ରମେ ୧୪ ଦିନ ଓ ୨୧ ଦିନର ଭାଲିଡିଟୀ ସହ ଲଞ୍ଚ କରିଛି ।

ସେହିପରି ଥାଇଲାଣ୍ଡ ପାଇଁ କମ୍ପାନୀ ୧୪ ଦିନର ଭାଲିଡିଟୀ ଥିବା ୧୫୫୧ ଟଙ୍କିଆ ପ୍ଲାନ ଓ ୩୦ ଦିନିଆ ଭାଲିଡିଟୀ ଥିବା ୨୮୫୧ ଟଙ୍କିଆ ପ୍ଲାନ ଲଞ୍ଚ କରିଛି । କାନାଡ଼ା ପାଇଁ କମ୍ପାନୀ ୧୬୯୧ ଓ ୨୮୮୧ ଟଙ୍କିଆ ପ୍ଲାନ ଲଞ୍ଚ କରିଥିବା ବେଳେ ସେଗୁଡ଼ିକର ବୈଧତା ଯଥାକ୍ରମେ ୧୪ ଦିନ ଓ ୩୦ ଦିନ ରହିଛି । ସାଉଦୀ ଅରବ ପାଇଁ କମ୍ପାନୀ ୮୯୧, ୧୨୯୧ ଓ ୨୮୯୧ ଟଙ୍କିଆ ପ୍ଲାନ ଲଞ୍ଚ କରିଥିବା ବେଳେ ସେଥିରେ ଯଥାକ୍ରମେ ୭, ୧୪ ଓ ଦିନର ବୈଧତା ରହିଛି ।
ୟୁରୋପ ପାଇଁ କମ୍ପାନୀ ଗୋଟିଏ ପ୍ଲାନ ଲଞ୍ଚ କରିଥିବା ବେଳେ ତାହାର ଦାମ୍ ୨୮୯୯ ଟଙ୍କା ରହିଛି ଓ ତା’ର ବୈଧତା ୩୦ ଦିନ ପାଇଁ ରହିଛି । ସେହିପରି କ୍ୟାରେବିୟନ ରିଜନ ପାଇଁ କମ୍ପାନୀ ୧୬୭୧ ଓ ୩୮୫୧ ଟଙ୍କିଆ ପ୍ଲାନ ଲଞ୍ଚ କରିଥିବା ବେଳେ ସେହି ଦୁଇ ପ୍ଲାନର ବୈଧତା ଯଥାକ୍ରମେ ୧୪ ଦିନ ଓ ୩୦ ଦିନ ପାଇଁ ରହିଛି ।

Get real time updates directly on you device, subscribe now.