fbpx

GATE 2025ର ଶିଡ୍ୟୁଲ ବଦଳିଲା: ନୂଆ ରେଜିଷ୍ଟ୍ରେସନ ତାରିଖ ଘୋଷଣା କଲା ଆଇଆଇଟି ରୁରକୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକୀ ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ଶିଡ୍ୟୁଲ ପରିବର୍ତ୍ତନ କରାଯାଇଛି । ଏବେ ଗେଟ ୨୦୨୫ ପାଇଁ ନୂଆ ରେଜିଷ୍ଟ୍ରେସନ ତାରିଖ ଘୋଷଣା କରାଯାଇଛି । ପୂର୍ବରୁ ରେଜିଷ୍ଟ୍ରେସନ ତାରିଖ ଅଗଷ୍ଟ ୨୪ ରହିଥିବା ବେଳେ ଏବେ ଅଗଷ୍ଟ ୨୮ ତାରିଖରୁ ତାହା ଆରମ୍ଭ ହେବ । ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ୱିଣ୍ଡୋ ଖୋଲା ରହିବ ବୋଲି କୁହାଯାଇଛି ।

ତେବେ ପ୍ରାର୍ଥୀମାନେ ଅକ୍ଟୋବର ୭ ତାରିଖ ସୁଦ୍ଧା ବିଳମ୍ବରେ ଫିସ୍ ଜମା କରି ରେଜିଷ୍ଟ୍ରେସନ କରିବାର ସୁଯୋଗ ପାଇବେ । ଅନ୍ୟପକ୍ଷରେ ଆଇଆଇଟି ରୁରକୀ ପକ୍ଷରୁ ଗେଟ ୨୦୨୫ର ରେଜିଷ୍ଟ୍ରେସନ ତାରିଖ ପରିବର୍ତ୍ତନ କରାଯାଇଥିବା ବେଳେ ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଗେଟ ୨୦୨୫ ପରୀକ୍ଷା ଫେବୃଆରୀ ୧-୨ ଓ ୧-୧୬ରେ ହେବା ନେଇ ନିର୍ଦ୍ଧାରିତ କରାଯାଇଛି । ମାର୍ଚ୍ଚ ୧୯ରେ ରେଜଲ୍ଟ ଜାରି କରାଯିବ । ସକାଳ ଓ ଦ୍ୱିପ୍ରହର ସମୟରେ ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ହେବ ।

ଗେଟ ୨୦୨୫ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ https://gate2025.iitr.ac.in/ କୁ ପରିଦର୍ଶନ କରିପାରିବେ । ଗେଟ୍ ୨୦୨୫ ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଜରିଆରେ ଆୟୋଜିତ କରାଯିବ । ଏଥିରେ ମୋଟ ୩୦ଟି ଟେଷ୍ଟ ପେର ରହିବ ଓ ସମସ୍ତ ପେପର ଇଂରାଜୀରେ ରହିବ । ସୂଚନାଯୋଗ୍ୟ ଯେ, ରେଜଲ୍ଟ ଘୋଷଣା ହେବାର ୩ ବର୍ଷ ପର୍ଯ୍ୟନ୍ତ ଗେଟ୍ ସ୍କୋର ବୈଧ ରହିଥାଏ । ଗେଟ ସ୍କୋର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଅନ୍ୟ ସରକାରୀ ସଂସ୍ଥା ଦ୍ୱାରା ସମର୍ଥିତ ସଂସ୍ଥାମାନଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.