fbpx

ପଶ୍ଚିମବଙ୍ଗକୁ ଓଡ଼ିଶାରୁ ଯିବନି କୁକୁଡ଼ା: ରାଜ୍ୟର ସମସ୍ତ ବ୍ୟବସାୟୀଙ୍କୁ କଡ଼ା ନିର୍ଦ୍ଦେଶ

କେଲକାତା: ଆଳୁ ବିବାଦ ପରେ ଏବେ କୁକୁଡ଼ାକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା । ଓଡ଼ିଶାରୁ କୁକୁଡ଼ା ଆମଦାନୀ ପ୍ରକ୍ରିୟାକୁ ବନ୍ଦ କରିଛି ପଶ୍ୁିମବଙ୍ଗ । ଏଣିକି ପଶ୍ଚିମବଙ୍ଗ ଓଡ଼ିଶାରୁ କୁକୁଡ଼ା ଆମଦାନୀ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ତେବେ ପିପିଲିରେ ଦେଖା ଦେଇଥିବା ବାର୍ଡ ଫ୍ଲୁ ଆତଙ୍କକୁ ନେଇ ଏହି ଭୟ ଦେଖାଦେଇଛି ।

ସୂଚନା ଅନୁସାରେ, ପିପିଲିରେ ବାର୍ଡ ଫ୍ଲୁ ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶାରୁ କୁକୁଡ଼ା ଆମଦାନୀ ବନ୍ଦ କରିବା ପାଇଁ ପଶ୍ଚିମବଙ୍ଗ ନିଷ୍ପତ୍ତି ନେଇଛି । ଏ ନେଇ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଶ୍ଚିମବଙ୍ଗର ସମସ୍ତ କୁକୁଡ଼ା ବ୍ୟବସାୟୀଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବ୍ୟବସାୟୀଙ୍କୁ କଡ଼ା ନିର୍ଦ୍ଦେଶ ଦେବା ସହ ଓଡ଼ିଶାରୁ କୌଣସି କୁକୁଡ଼ା ଆମଦାନୀ ନ କରିବା ପାଇଁ କୁହାଯାଇଛି । ବାର୍ଡ ଫ୍ଲ ଭୟରେ ଓଡ଼ିଶାର କୁକୁଡ଼ା ଆମଦାନୀ ନ କରିବା ପାଇଁ ପଶ୍ଚିମବଙ୍ଗରେ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି ।

Get real time updates directly on you device, subscribe now.