fbpx

ବାର୍ଡ ଫ୍ଲୁ’ କୁ ନେଇ ସତର୍କ ସୂଚନା: ସବୁ ଜିଲ୍ଲାକୁ ସଚେତନ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ଏବେ ବାର୍ଡ ଫ୍ଲୁ’ ସଂକ୍ରମଣକୁ ନେଇ ଭୟ ସୃଷ୍ଟି ହୋଇଛି । ପିପିଲିରେ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହେବା ପରେ ଏହାକୁ ନେଇ ସାରା ରାଜ୍ୟରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ସତର୍କ ରହିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସେଠାରେ ରାପିଡ ରେସପନ୍ସ ଟିମ୍ ଉପସ୍ଥିତ ରହିଛନ୍ତି । ଏହାସହିତ ବାର୍ଡ ଫ୍ଲୁ ଚିହ୍ନଟ ହେଉଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଉଛି । ତେଣୁ ବର୍ତ୍ତମାନ କିଛି ଦିନ ପାଇଁ ଚିକେନ୍ ନ ଖାଇବା ପାଇଁ ପରାର୍ମା ଦିଆଯାଉଛି । ଚିକେନ୍ ଖାଇବା ଦ୍ୱାରା ବାର୍ଡ ଫ୍ଲୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଏଥିରେ ସଂକ୍ରମିତଙ୍କୁ ପ୍ରଥମେ ଜ୍ୱର ହେବା ସହ ପରେ ଏହାର ଅନ୍ୟାନ୍ୟ ଲକ୍ଷଣ ଦେଖା ଦେଇଥାଏ । ତେଣୁ ବାର୍ଡ ଫ୍ଲୁ’ରୁ ଯଥା ସମ୍ଭବ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଚେତନ କରାଇଛନ୍ତି ।

Get real time updates directly on you device, subscribe now.