fbpx

Ration Card ଥିଲେ ବି ମଳିବନି ଚାଉଳ-ଗହମ: ଏହି ହିତାଧିକାରୀ ପଡ଼ିବେ ବାଦ୍! କରିନିଅନ୍ତୁ ଏହିସବୁ କାମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ସମସ୍ତ ନାଗରିକଙ୍କ ପାଇଁ ବିଭିନ୍ନ ଯୋଜନା ଜାରି ରଖିଛନ୍ତି । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ସୁବିଧା ସୁଯୋଗ ଯୋଗାଇ ଚାଲିଛନ୍ତି । ବିଶେଷ କରି ଗରିବ ଏବଂ ଆତଥିକ ଦୁର୍ବଳ ଲୋକମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁଁ ଏହି ବ୍ୟବସ୍ଥା କରାଯାଇଛି । ସେହିପରି ରାସନ୍ କାର୍ଡ ମାଧ୍ୟମରେ ଲୋକମାନଙ୍କୁ ଚାଉଳ-ଗହମ ଇତ୍ୟାଦି ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । କିନ୍ତୁ ଏଥର କିଛି ହିତାଧିକାରୀ ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇପାରନ୍ତି ।

ରାସନ୍ କାର୍ଡ ଯୋଜନାରେ ଯେକୌଣସି ବ୍ୟକ୍ତି ସାମିଲ ହୋଇପାରିବେ ନାହିଁ । ଏଥିପାଇଁ କିଛି ନିୟମାବଳୀ ରହିଛି । ସରକାରଙ୍କ ନୂଆ ନିୟମ ଅନୁଯାୟୀ, କିଛି ରାସନ୍ କାର୍ଡ ହିତାଧିକାରୀମାନଙ୍କୁ ଆସନ୍ତା ମାସରୁ ରାସନ୍ ସାମଗ୍ରୀ ପ୍ରଦାନ କରାଯିବ ନାହିଁ । କାରଣ ରାସନ୍ କାର୍ଡଧାରୀ ମାନଙ୍କୁ ଇ-କେୱାଇସି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏଥିପାଇଁ ଶେଷ ସମୟ ଜୁନ୍ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ପରେ ଏହୀ ସମୟସୀମାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହାର ସମୟସୀମା ରହିଛି ସେପ୍ଟେମ୍ବର ୩୦ ତାରିଖ । ଏହିଦିନ ସୁଦ୍ଧା ଇ-କେୱାଇସି କରାଇ ନଥିବା ହିତାଧିକାରୀମାନେ ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ ।

ବିଭିନ୍ନ ସ୍ଥାନରେ ପରିବାରର ଜଣେ ସଦସ୍ୟଙ୍କ ଅନୁପସ୍ଥିତିରେ ମଧ୍ୟ ସେମାନଙ୍କ ନାମରେ ରାସନ୍ ସାମଗ୍ରୀ ଦିଆଯାଉଛି । ତେଣୁ ଏଭଳି ଘଟଣାକୁ ରୋକିବା ପାଇଁ ସରକାର ଇ-କେୱାଇସି କରିବାକୁ ହିତାଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏଣିକି ପ୍ରକୃତ ହିତାଧିକାରୀଙ୍କୁ ହିଁ ମାଗଣା ରାସନ୍ ସୁବିଧା ଯୋଗାଇ ଦେବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ନ୍ରାସନ୍ କାର୍ଡରେ ଥିବା ସମସ୍ତଙ୍କ ନାମରେ ଇ-କେୱାଇସି କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Get real time updates directly on you device, subscribe now.