fbpx

ବଡ଼ ଖୁସି ଖବର: ଜନ୍ମଦିନରେ ଭିନେଶ ଫୋଗଟଙ୍କୁ ‘ସ୍ୱର୍ଣ୍ଣ ପଦକ’ ସମ୍ମାନରେ କରାଗଲା ସମ୍ମାନିତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ନେଇ ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚା ଜାରି ରହିଛି । ନିକଟରେ ସମାପ୍ତ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଗୋଟିଏ ଦିନରେ ତିନୋଟି ଇଭେଣ୍ଟରେ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ । ତେବେ ଏହାପରେ ଭିନେଶ ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି କାରଣରୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ସହ ୧୪୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ଚୁରମାର୍ ହୋଇଯାଇଥିଲା ।

ଓଜନ ହ୍ରାସ ପାଇଁ ଭିନେଶ ଫାଇନାଲର ପୂର୍ବ ରାତିରେ କଠିନ ସଂଘର୍ଷ କରିଥିଲେ ହେଁ ଶେଷରେ ମାତ୍ର ୧୦୦ ଗ୍ରାମ ଓଜନ ହ୍ରାସ କରିବାରୁ ସେ ପଛରେ ରହିଯାଇଥିଲେ । ତେବେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇସି)ର ଏହି ରାୟକୁ ଚ୍ୟାଲେଞ୍ଜ କରି ଭିନେଶ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (କାସ)ରେ ଅପିଲ କରିଥିଲେ । କାସ ଏହି ମାମଲାର ଶୁଣାଣି ତାରିଖ ଏକାଧିକ ବାର ଘୁଞ୍ଚାଇବା ପରେ ଶେଷରେ ଭିନେଶଙ୍କ ବିରୋଧରେ ରାୟ ଦେଇଥିଲେ । ଫଳରେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରି ରୌପ୍ୟ ପଦକ ସୁନିଶ୍ଚିତ କରିଥିବା ଭିନେଶ ଶେଷରେ ଖାଲି ହାତରେ ସ୍ୱଦେଶ ଫେରିଥିଲେ ।

ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ କୁସ୍ତିରୁ ସବୁଦିନ ପାଇଁ ସନ୍ନ୍ୟାସ ଘୋଷଣା କରିଥିଲେ । ତେବେ ଏହା ମଧ୍ୟରେ ଭିନେଶଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଭିନେଶଙ୍କୁ ‘ସ୍ୱର୍ଣ୍ଣ ପଦକ’ ସମ୍ମାନରେ ସମ୍ମାନିତ କରାଯାଇଛି । ହରିୟାଣାର ସର୍ବଖାପ ପଞ୍ଚାୟତ ତରଫରୁ ଭିନେଶଙ୍କୁ ଜନ୍ମଦିନରେ ସ୍ୱର୍ଣ୍ଣ ଉପହାର ଦିଆଯାଇଛି । ଗତ ୨୫ ତାରିଖରେ ଭିନେଶଙ୍କ ଜନ୍ମଦିନ ପଡ଼ୁଥିବା ବେଳେ ଏହି ଅବସରରେ ଭାରତ ମାଟିର ବୀର କନ୍ୟାଙ୍କୁ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି । ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶଙ୍କୁ ସ୍ୱର୍ଣ୍ଣ ପଦକ ବିଜୟିନୀ ପରି ସମ୍ମାନିତ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା । ମାତ୍ର କିଛି କେଜି ଓଜନ ବୃଦ୍ଧି କାରଣରୁ ଭିନେଶଙ୍କ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଚୁରମାର ହୋଇଯାଇଥିଲେ ହେଁ ଏହି ‘ସ୍ୱର୍ଣ୍ଣ ପଦକ’ ସମ୍ମାନ ହରିୟାଣା ମାଟିର ବୀର ଝିଅଙ୍କ ପାଇଁ ପ୍ରକୃତ ସମ୍ମାନ ବୋଲି କୁହାଯାଉଛି ।

Get real time updates directly on you device, subscribe now.