fbpx

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୨୫ରେ ଓ ତୃତୀୟ- ଅକ୍ଟୋବର ୧ ତାରିଖରେ ଅନୁଷ୍ଠିତ ହେବ । ଏହାପରେ ଅକ୍ଟୋବର ୪ ତାରିଖରେ ଫଳାଫଳ ଘୋଷଣା ହେବ । ତେବେ ବିଧାନସଭା ନିର୍ବାଚନ ପାଇଁ ବିଜେପି ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଲିଷ୍ଟରେ ଦ୍ୱିତ ପର୍ଯ୍ୟାୟର ୧୦ ଜଣ ପ୍ରାର୍ଥୀ ଓ ତୃତୀୟ ପର୍ଯ୍ୟାୟର ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଏହା ପୂର୍ବରୁ ଭାଜପା ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଥିବା ବେଳେ ଦ୍ୱିତୀୟ ଲିଷ୍ଟରେ କେବଳ ଜଣଙ୍କର ନାମ ରହିଥିଲା । ଏହାପରେ ଦଳ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ସର୍ବପ୍ରଥମେ ଦଳ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା, ମାତ୍ର କାର୍ଯ୍ୟକର୍ତ୍ତାଙ୍କ ବିରୋଧ ପରେ ଦଳ ତାହାକୁ ପ୍ରତ୍ୟାହାର କରିନେଇଥିଲା । ବର୍ତ୍ତମାନ ସୁଦ୍ଧା ଦଳ ବିଧାନସଭା ନିର୍ବାଚନ ପାଇଁ ୪୫ ପ୍ରତିଶତ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ।

Get real time updates directly on you device, subscribe now.