fbpx

ଗୋରୁଙ୍କ ଉପରେ ମାଡ଼ିଗଲା ଗାଡ଼ି: ଦୁର୍ଘଟଣାରେ ୧୬ ଗାଈ ମୃତ

କାମାକ୍ଷାନଗର: ଢେଙ୍କାନାଳ ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଛକରେ ଘଟିଯାଇଛି ଏକ ହୃଦୟ ବିଦାରକ ଦୁର୍ଘଟଣା । ଗାଡ଼ି ଚଢିଯିବାରୁ ଏକାସାଙ୍ଗରେ ୧୬ ଜଣ ଗାଈଙ୍କ ମୃତ୍ୟୁ ଘଟିଛି । ଛକ ନିକଟରେ ୧୬ଟି ଗାଈ ଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କ ଉପରେ ଚଢି ଯାଇଥିଲା । ଫଳରେ ସମସ୍ତ ଗାଈଙ୍କର ମୃତ୍ୟୁ ହୋଇଛି । ତେବେ ୨ ଜଣ ଗାଈ ଆହତ ହୋଇ ଗୁରୁତର ଅବସ୍ଥାରେ ରହିଛନ୍ତି । ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଏକ ଅଘଟଣ ଘଟିବା ସହ ସରଳ ନିରୀହ ଗାଈ ଗୋରୁ ଜୀବଜନ୍ତୁଙ୍କ ପ୍ରାଣହାନ ଘଟୁଛି ।

Get real time updates directly on you device, subscribe now.