fbpx

ମୁସଲମାନଙ୍କ ମଥାରେ କାହିଁକି ହୋଇଥାଏ କଳା ଦାଗ, ଏହାକୁ ଏତେ ଶୁଭ ମନାଯାଏ କାହିଁକି?

ନୂଆଦିଲ୍ଲୀ: ଇସଲାମଧର୍ମରେ ନମାଜ ପଢ଼ିବା ଜଣେ ପ୍ରକୃତ ମୁସଲମାନଙ୍କ କର୍ତ୍ତବ୍ୟ ବୋଲି କୁହାଯାଇଥାଏ । ତେଣୁ ଅଧିକାଂଶ ମୁସଲମାନ ବ୍ୟକ୍ତି ଦିନକୁ ୫ ଥର ନମାଜ ପାଠ କରଥାନ୍ତି । କୁହାଯାଏ ଯେ ସେଥିପାଇଁ ତାଙ୍କ କପାଳରେ କଳା ଦାଗ ଚିହ୍ନ ରହିଥାଏ । ଅଧିକାଂଶ ଲୋକ ଏହାକୁ ଶୁଭ ବୋଲି ବିବେଚନା କରିଥାନ୍ତି ଏବଂ ଦିନକୁ ପାଞ୍ଚ ଥର ନମାଜ ପଢ଼ିବା ପ୍ରକୃତ ପ୍ରାର୍ଥନାର ସଙ୍କେତ ଅଟେ । ନମାଜ ବେଳେ କପାଳ ମାଟିରେ ଲାଗିଥାଏ, ବାସ୍ତବରେ ବର୍ଷ ବର୍ଷ ଧରି ଲଗାତାର ୫ ଥର ପ୍ରାର୍ଥନା କରିବା ଦ୍ୱାରା ଏହି ପ୍ରକ୍ରିୟାକ ନିରନ୍ତର ହୋଇଥାଏ ।

ଯାହା ଫଳରେ ମୁଣ୍ଡରେ କଳା ଦାଗ ସୃଷ୍ଟି ହୋଇଥାଏ । ନମାଜ ସମୟରେ ପାଦର ଆଣ୍ଠୁ ଓ ଗୋଡ଼ ମଧ୍ୟ ମାଟିକୁ ସ୍ପର୍ଶ କରିଥାଏ, ଯେଉଁକାରଣରୁ ସେହି ସ୍ଥାନରେ କଳା ଚିହ୍ନ ମଧ୍ୟ ସୃଷ୍ଟି ହୋଇଥାଏ । ଇସଲାମଧର୍ମରେ ନମାଜ ପଢ଼ିବା ପାଇଁ ୪ଟି ଭିନ୍ନ ଭିନ୍ନ ସର୍ତ୍ତ ରଖାଯାଇଥାଏ । ୱାକଫ୍ (ଠିଆ ହୋଇ), ରୁକୁ (ନଇଁକି), ସଜଦା (ନମସ୍କାର ମୁଦ୍ରା ଭଳି) ଏବଂ ଜୂଲୁସ (ବସିବା ଭଳି) ।

Get real time updates directly on you device, subscribe now.