fbpx

କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମ ରିଲିଜ୍ ସ୍ଥଗିତ: ସେପ୍ଟେମ୍ବର ୬ରେ ରିଲିଜ୍ ହେବନି ଫିଲ୍ମ

ନୂଆଦିଲ୍ଲୀ: ବିବାଦ ଘେରରେ ରହିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଏବେ ତାହାକୁ ସ୍ଥଗିତ ରଖାଯାଇଛି । ଏହି ତାରିଖରେ ଫିଲ୍ମ ସିନେମାଘରକୁ ଆସିବା ନେଇ ସମସ୍ତ ପ୍ରସ୍ତୁତି ସରିଥିଲା । ମାତ୍ର ଏବେ ସେହି ତାରିଖରେ ଫିଲ୍ମ ରିଲିଜ୍ ହେବ ନାହିଁ ବୋଲି ଜଣାପଡ଼ିଛି । ଫିଲ୍ମକୁ ସ୍ଥଗିତ ରଖାଯାଇଛି । ଆଗାମୀ ୧୦ ଦିନ ଭିତରେ ଫିଲ୍ମ ରିଲିଜର ନୂଆ ତାରିଖ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

ଖବର ମୁତାବକ, ‘ଏମର୍ଜେନ୍ସି’ ଫିଲ୍ମ ରିଲିଜକୁ ଆଉ ମାତ୍ର କିଛିଦିନ ବାକି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଫିଲ୍ମକୁ ସେନ୍ସର ବୋର୍ଡ ତରଫରୁ ସାର୍ଟିଫିକେଟ ମିଳିନାହିଁ । ତେଣୁ ଫିଲ୍ମ ରିଲିଜ ସ୍ଥଗିତ କରାଯାଇଥିବା କୁହାଯାଉଛି । ପୂର୍ବରୁ ସ୍ଥିରୀକୃତ ହୋଇଥିବା ତାରିଖ ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବ ନାହିଁ । ଟ୍ରେଡ ଅନାଲିଷ୍ଟ ଓ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏ ବାବଦରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବ ନାହିଁ ବୋଲି ସେ ଲେଖିଛନ୍ତି । ଫିଲ୍ମ ରିଲିଜ୍ ସ୍ଥଗିତ ହୋଇଥିବା କଙ୍ଗନାଙ୍କ ଏକ ଟିମ୍ ସ୍ପଷ୍ଟ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଗତ ୧୪ ତାରିଖରେ ଫିଲ୍ମରେ ଟ୍ରେଡର ସାମ୍ନାକୁ ଆସିଥିବା ବେଳେ ତା’ ପରଠାରୁ ଫିଲ୍ମ ବିବାଦ ଘେରରେ ରହିଛି ।

Get real time updates directly on you device, subscribe now.