fbpx

ଚନ୍ଦକାରେ ଆଖି ବୁଜିଲା ହାତୀଛୁଆ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି । ଏହି ଛୁଆ ହାତୀର ମୃତ୍ୟୁ ସହିତ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଚନ୍ଦକା ଗୋଡ଼ିବାରିରେ ହାତୀ ଛୁଆଟିର ମୃତ୍ୟୁ ହୋଇଛି । ପାଟିରେ ଘା’ ହୋଇଥିବାରୁ ଗତ ୧୦ ଦିନ ହେଲା ସାଲାଇନ୍ ଦିଆଯିବା ସହ ହାତୀର ଚିକିତ୍ସା ଜାରି ରହିଥିଲା । କିନ୍ତୁ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ଏହି ହାତୀ ଛୁଆ । ଓୟୁଏଟିର ଏକ ଟିମ୍ ବଲାଙ୍ଗୀର ଦେଓଗାଁରୁ ଉଦ୍ଧାର ହୋଇଥିବା ଏହି ହାତୀର ଚିକିତ୍ସା କରୁଥିଲେ ।

Get real time updates directly on you device, subscribe now.