fbpx

କାନ୍ଦି କାନ୍ଦି ଘରେ ପହଞ୍ଚିଲା ୪ ବର୍ଷର ଶିଶୁକନ୍ୟା; ମା’ ଆଗରେ କହିଲା ପୂରା କାହାଣୀ, ‘ସ୍କୁଲରେ ୩ ଜଣ ପିଲା ମିଶି…’

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମ ସିଂହ ନଗରରୁ ଆସିଲା ସାଙ୍ଘାତିକ ଖବର। ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଉଧମ ସିଂହ ନଗର ଜିଲ୍ଲାରେ ଜଣେ ୪ ବର୍ଷର ନାବାଳିକାକୁ ତାଙ୍କ ସ୍କୁଲରେ ପଢୁଥିବା ୩ ଜଣ ନାବାଳକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଲୌକା ଗ୍ରାମର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି।

ନାବାଳିକାଙ୍କ ମା’ ସିତାରଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି ଯେ ସେ ପୂର୍ବଭଳି ସକାଳ ୮ଟାରେ ତାଙ୍କ ଝିଅକୁ ଛାଡିଥିଲେ, କିନ୍ତୁ ପ୍ରାୟ ୩ ଘଣ୍ଟା ପରେ କାନ୍ଦି କାନ୍ଦି ଘରକୁ ଫେରିଥିଲେ ଏବଂ କହିଥିଲେ ଯେ ସେହି ଗାଁର ୩ ଜଣ ପିଲା ତାଙ୍କୁ ସ୍କୁଲରେ ମାଡ଼ ମାରି ଖରାପ ବ୍ୟବହାର କରିଥିଲେ। ସେବେଠାରୁ ତାଙ୍କ ପ୍ରାଇଭେଟ ପାର୍ଟରେ ବହୁତ ଯନ୍ତ୍ରଣା ହେଉଛି। ଅଭିଯୋଗ ଅନୁଯାୟୀ, ଘଟଣା ସମ୍ପର୍କରେ ମା’ ନାବାଳିକାଙ୍କୁ ଅଧିକ ପଚରାଉଚରା କରିବାରୁ ସେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଜାଣିବାକୁ ପାଇଥିଲେ।

ଯାହା ପରେ ସେ ତିନି ଜଣ ନାବାଳକଙ୍କ ବିରୋଧରେ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ବେଳେ ତୃତୀୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ନାବାଳିକାର ଡାକ୍ତରୀ ମାଇନା କରାଯାଉଛି। ଘଟଣାର ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ ଓ ପିଏସି ମୁତୟନ କରାଯାଇଛି ବୋଲି ନଗର ଆରକ୍ଷୀ ଅଧୀକ୍ଷକ ମନୋଜ କଟିୟାଲ କହିଛନ୍ତି।

Get real time updates directly on you device, subscribe now.