fbpx

ନୌସେନାରେ ଚାକିରୀ ପାଇଁ ଇଚ୍ଛୁକ କି? ଖାଲି ପଡିଛି 250 ପଦବୀ, ଏମିତି କରନ୍ତୁ ଆବେଦନ

indian navy short service commission recruitment 2024 for 250 posts

ନୂଆଦିଲ୍ଲୀ: ପ୍ରାୟତଃ ଲୋକମାନଙ୍କୁ ସେନାରେ ଚାକିରୀ କରିବା ପାଇଁ ଇଚ୍ଛା ରହିଥାଏ । ଆପଣ ମଧ୍ୟ ଏହି ଚାକିରୀ କରିବା ପାଇଁ ଇଚ୍ଛୁକ ରହିଥିଲେ ଏହି ସୁଯୋଗକୁ କରନ୍ତୁ ନାହିଁ ଛାତଛଡା । ଭାରତୀୟ ନୌସେନା ସ୍ମାର୍ଟ ସର୍ଭିସ କମିଶନ ଜରିଆରେ 250 ପଦବୀ ପାଇଁ  ନିଯୁକ୍ତି ସୃଷ୍ଟି କରିଛି । ଉଚ୍ଛୁକ ପ୍ରାର୍ଥୀମାନେ joinindiannavy.gov.in. ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ ।

କେବେ ଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା- ଏହି ପଦବୀ ପାଇଁ ଭାରତୀୟ ନୌସେନା ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ କରିନାହିଁ । 14 ସେପ୍ଟେମ୍ବର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର 29 ତାରିଖରେ ଶେଷ ହେବ । ଏହି ସମୟସୀମା ମଧ୍ୟରେ ଫର୍ମ ପୂରଣ କରିବାର ସୁଯୋଗ ପାଇବେ ଛାତ୍ରଛାତ୍ରୀ ।

କେଉଁମାନେ କରିପାରିବେ ଆବେଦନ- ଏହି ପଦବୀ ପାଇଁ ଆବେଦନ କରୁଥିବା ଆଶାୟୀମାନେ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଅତି କମରେ 60 ପ୍ରତିଶତ ରଖିଥିବା ଆବଶ୍ୟକ ।  ବିଇ, ବିଟେକ, ଏମଏସି କିମ୍ବା ଏମସିଏରେ ଡିଗ୍ରୀ ହାସଲ କରିଥିବା ଉଚିତ । ଏହା ବ୍ୟତୀତ ବିଦ୍ୟାର୍ଥୀଙ୍କୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଇଂରାଜୀରେ ଅତି କମରେ 60 ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ । ଅଲଗା ଅଲଗା ପଦ ପାଇଁ ଅଲଗା ଅଲଗା ଡିଗ୍ରୀର ଆବଶ୍ୟକତା ରହିଛି । ସବିଶେଷ ବିବରଣୀ ପାଇଁ ଓ୍ବେବସାଇଟକୁ ଯାଇ ଦେଖିପାରିବେ । ବୟସସୀମା ମଧ୍ୟ ସବୁ ପଦବୀ ପାଇଁ ଭିନ୍ନ ଭିନ୍ନ ରହିଛି । ପାଇଲଟ ପଦ ପାଇଁ 18ରୁ 23 ବର୍ଷ ହୋଇଥିବା ଉଚିତ ।

କିଭଳି ହେବ ସିଲେକ୍ସନ-ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ସଟଲିଷ୍ଟ କରାଯିବ । ଏହାପରେ ଚୟନ କରାଯାଇଥିବା ଆଶାୟୀଙ୍କ ମେରିଟ ଲିଷ୍ଟ ଚେକ୍ କରାହେବ । ପରେ ସେମାନଙ୍କ ମଧ୍ୟରୁ ଚୟନ ହୋଇଥିବା ଆଶାୟୀଙ୍କର ଇଣ୍ଟରଭ୍ୟୁ ହେବ । ଏଥିରେ ପାସ୍ ହେବା ପରେ 3 ବର୍ଷ ପାଇଁ ପ୍ରୋଭିଜନ ପିରିୟଡରେ ରଖା।ଯିବ ।

କେତେ ଟଙ୍କା ଦରମା-ପଦବୀ ଅନୁସାରେ ଦରମା ମଧ୍ୟ ଭିନ୍ନ ଭିନ୍ନ ରହିବ । ଯେପରିକି ସବ ସେଫ୍ଟନାଣ୍ଟଙ୍କ ପାଇଁ ମାସିକ ଦରମା 56000 ଟଙ୍କା ରହିଛି ।

Get real time updates directly on you device, subscribe now.