fbpx

ରାଜନୀତି ଦୁନିଆରେ ଏଣ୍ଟ୍ରି କଲେ ଥାଲାପତି: ସୁପରଷ୍ଟାର ବିଜୟଙ୍କ TVK ପାର୍ଟିକୁ ମିଳିଲା ମାନ୍ୟତା

ନୂଆଦିଲ୍ଲୀ: କମଲ ହାସନ ଏବଂ ପୱନ କଲ୍ୟାଣଙ୍କ ପରେ ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ତାମିଲ ସିନେମାର ସୁପରଷ୍ଟାର ବିଜୟଙ୍କ ରାଜନୈତିକ ପାର୍ଟି ‘ତାମିଲଗା ବେତ୍ରୀ କଝଗମ’ (TVK)କୁ ନିର୍ବାଚନ ଆୟୋଗ ତରପରୁ ମାନ୍ୟତା ମିଳିସାରିଛି । ଏଥର ସିନେମା ଥିଏଟରରେ ନୁହେଁ, ନିର୍ବାଚନ ମଇଦାନରେ ଲଢିବେ ସୁପରଷ୍ଟାର ବିଜୟ । ଏହି ମାନ୍ୟତା ମିଳିବା ପରେ ବିଜୟଙ୍କ ଦଳ ଏବେ ନିର୍ବାଚନ ଲଢିବା ପାଇଁ ମଧ୍ୟ ଅନୁମତି ପାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ସୂଚନା ଦେଇ ରାଜନେୀତିରେ ଏଣ୍ଟ୍ରି ସମ୍ପର୍କରେ ସୂଚନା ଦେଇଛନ୍ତି ଥାଲାପତି ବିଜୟ । ଏହି ପୋଷ୍ଟରେ ସେ କହିଛନ୍ତି ଯେ, ‘ତାମିଲଗା ବେତ୍ରୀ କଝଗମ’କୁ ରାଜନୈତିକ ଦଳ ଭାବରେ ପଞ୍ଜିକୃତ କରିବା ପାଇଁ ଫେବୃଆରୀ ୨ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଆବେଦନ କରାଯାଇଥିଲା । ଆଜି ନିର୍ବାଚନ ଆୟୋଗ ଏହାକୁ ଆଇନ ଅନୁସାରେ ଭାବରେ ସ୍ୱୀକାର କରିଛନ୍ତି ଏବଂ ଏହାକୁ ଏକ ରାଜନୈତିକ ଦଳ ଭାବରେ ପଞ୍ଜୀକୃତ କରିଛନ୍ତି । ଅର୍ତାତ୍ ପଞ୍ଜୀକୃତ ଦଳ ମାନ୍ୟତା ପାଇବା ପରେ ଦଳର ସଦସ୍ୟ ଏଣିକି ରାଜନୈତିକ ନିର୍ବାଚନ ଲଢିପାରିବେ ।

ଏହାପରେ ବିଜୟ କହିଛନ୍ତି ଯେ, ପାର୍ଟି ପାଇଁ ଭବିଷ୍ୟତର ବିଭିନ୍ନ ଚାଲେଞ୍ଜ ଦିଗରେ ପ୍ରଥମ ପଦକ୍ଷେପ ଉଠାଇବାକୁ ଆମେ ପ୍ରସ୍ତୁତ ଅଛୁ । ତେବେ ପାର୍ଟ ତରଫରୁ ରାଜ୍ୟ ସମ୍ମେଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି ଏବଂ ଏ ନେଇ ଖୁବଶୀଘ୍ର ଘୋଷଣା କରାଯିବ । ଗତ ଫେବୃଆରୀରେ ବିଜୟ ନିଜର ନୂଆ ପାର୍ଟିର ନାମ ଘୋଷଣା କରିଥିବା ବେଳେ ରାଜନୀତିରେ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.