fbpx

ନାଇଜେରିଆରେ ତେଲ ଟ୍ୟାଙ୍କର ବିସ୍ଫୋରଣ; ୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ନାଇଜେରିଆରେ ଏକ ତେଲ ଟ୍ୟାଙ୍କର ଓ ଲୋକ ଭର୍ତ୍ତି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାଫଳରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ ରବିବାର ଅପରାହ୍ନ ସାଢ଼େ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଏହି ବିସ୍ଫୋରଣ ଘଟିଛି । ସେଠାରେ ଲୋକଙ୍କ ସହ କିଛି ଗୃହପାଳିତ ପଶୁ ମଧ୍ୟ ଥିଲେ ।

ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଏବଂ ଏଥିରେ ଦେଖିବାକୁ ମିଳିଛି ଯେ କିଛି ସମୟ ପରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା । ପାଖରେ ଜୀବଜନ୍ତୁଙ୍କ ମୃତଦେହ ପଡ଼ି ରହିଛି । ଜରୁରୀକାଳୀନ ଏଜେନ୍ସିର ମୁଖପାତ୍ର ହୁସେନ ଇବ୍ରାହିମ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଦୁର୍ଘଟଣା । ନାଇଜେରିଆରେ ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ଏପରି ଘଟୁଛି ।

Get real time updates directly on you device, subscribe now.