fbpx

ବିଗୁଡୁଛି ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟାବସ୍ଥା, ଜାରି ରହିଛି ଚିକିତ୍ସା

ନୂଆଦିଲ୍ଲୀ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI-M) ନେତା ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ତେବେ ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ଦିଆଯାଇଛି । ଗତ କିଛି ଦିନ ପୂର୍ବରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ନିଶ୍ବାସ ନେବାରେ ସମସ୍ୟା ହେବା କାରଣରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଏକ ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଥିବା ଜଣାପଡିଛି ।

ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, 72 ବର୍ଷୀୟ ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀଙ୍କ ଶ୍ବାସନଳୀରେ ସଂକ୍ରମଣ ହୋଇଛି । ଏନେଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । କିନ୍ତୁ ଅବସ୍ଥା ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛି । ତେବେ ଆଜି ତାଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ଦିଆଯାଇଛି ।  ଅଗଷ୍ଟ 19 ତାରିଖରେ ତାଙ୍କ ଛାତିରେ ସଂକ୍ରମଣ କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରକାଶଥାଉକି, ନିକଟରେ ସେ ମୋତିଆବିନ୍ଦୁ ଅସ୍ତ୍ରପୋଚାର କରିଥିଲେ ।

ସୀତାରାମ ୟେଚୁରୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ଥିଲେ । ସେ 1952 ମସିହା ଅଗଷ୍ଟ 12 ତାରିଖରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ । ଦିଲ୍ଲୀ ସ୍ଥିତ ଷ୍ଟିଫେନ କଲେଜରୁ ବିଏ ଏବଂ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(JNU)ରେ ଏମଏ କରିଥିଲେ। ତେବେ 1974 ମସିହାରେ ସେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ସହିତ ଯୋଡି ହୋଇଥିଲେ । ଏହାପରେ 1975 ମସିହାରେ ମାର୍କ୍ସବାଦୀର ସଦସ୍ୟ ହୋଇଥିଲେ । 2005 ମସିହାରୁ 2017 ମସିହା ଯାଏଁ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ।

Get real time updates directly on you device, subscribe now.