fbpx

BIG BREAKING…ସେନା ସହ ଆଲୋଚନା ପାଇଁ ଦ୍ୱାର ବନ୍ଦ କଲେ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଙ୍ଗଳବାର କହିଛନ୍ତି ଯେ ସେନା ସହ ଆଲୋଚନାର ଦ୍ୱାର କେବେ ବନ୍ଦ ହୋଇନଥିଲା, କିନ୍ତୁ ଆଜି ମୁଁ ତାହା କରୁଛି । ଇମ୍ରାନ୍ ଖାନ୍ କହିଛନ୍ତି ଯେ ମୁଁ ମୋ ଦଳ ପାକିସ୍ତାନ ତେହରିକ-ଏ-ଇନସାଫକୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ଆମସହ ବିଶ୍ୱାସଘାତକତା କରିଥିବାରୁ ସେମାନେ ଆଉ ସେନା ସହ କଥା ହେବେ ନାହିଁ ।

ଅଦାଲତରେ ଉପସ୍ଥିତ ସାମ୍ବାଦିକ ରିଜୱାନ କାଜିଙ୍କ କହିବା ଅନୁଯାୟୀ, ଇମ୍ରାନ ଖାନ କହିଛନ୍ତି ଯେ ଅଗଷ୍ଟ ୨୨ରେ ଦେଶ ପାଇଁ ହେବାକୁ ଥିବା ରାଲିକୁ ସ୍ଥଗିତ ରଖିବାକୁ ସେନା ଆମକୁ ଅନୁରୋଧ କରିଥିଲା, କିନ୍ତୁ ଆମ ଲୋକମାନେ ସେଠାକୁ ଆସିବାକୁ ଚାଲିଯାଇଥିଲେ ।

ଆମ ବୈଠକ ପାଇଁ ସେନା ପକ୍ଷରୁ ସେପ୍ଟେମ୍ବର ୮ ତାରିଖ ମଧ୍ୟ ଦିଆଯାଇଥିଲା ଏବଂ ଏ ନେଇ ଏନଓସି ମଧ୍ୟ ଜାରି କରାଯାଇଥିଲା । ସେନା ଆମସହ ବିଶ୍ୱାସଘାତକତା କରିଛି । ସେପ୍ଟେମ୍ବର ୨୧ରେ ଲାହୋରରେ ଏକ ରାଲି ହେବ ବୋଲି ଇମ୍ରାନ୍ ଖାନ୍ କହିଛନ୍ତି ।

Get real time updates directly on you device, subscribe now.