fbpx

ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି, ବାପାଙ୍କ ପରେ ଝିଅ ପାଇବେ ସରକାରୀ ଚାକିରି

ଭୁବନେଶ୍ବର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ 3ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ ନିଷ୍ପତ୍ତି ହୋଇଛି । ଅଗ୍ନିବୀକଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି । 1 ବର୍ଷ ଟ୍ରେନିଙ୍ଗ ଏବଂ 4 ବର୍ଷ ଚାକିରି ପରେ ବି ମିଳିବ ନିଯୁକ୍ତି ।  ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଲେ ଏଣିକି ଝିଅଙ୍କୁ ମିଳିବ ଚାକିରି । ଯଦି ଝିଅ ବିବାହିତା ନଥିବେ ତାହେଲେ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି । ଥଇଥାନ ଯୋଜନାରେ ଏହି ଚିକିରି ଦିଆଯିବ । ପୋଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଗୋପାଳପୁର ପୋର୍ଟର 95 ସେୟାର ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଥିବାକୁ ବନ୍ଦରର ଉନ୍ନତି କରଣ କରାଯାଇପାରିବ । ଏହା ଦ୍ବାରା ନିଯୁକ୍ତି ସୁଯୋଗ ବଢିବ ।

ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ- ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ଆନୁଭୂମିକ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ 10 ପ୍ରତିଶତ ସଂରକ୍ଷଣ ରହିବ । ଅଗ୍ନିବୀର ପ୍ରମାଣପତ୍ର ପ୍ରଦାନ ତାରିଖରେ ସମ୍ପୃକ୍ତ ନିଯୁକ୍ତି ନିୟମାବଳୀ ଅନୁସାରେ ପଦବୀ ପାଇଁ ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ପୂରଣ କରିପାରୁଥିବା ଆବଶ୍ୟକ । ତେବେ ନିର୍ଦ୍ଧାରିତ ବୟସସୀମାକୁ 3 ବର୍ଷ କୋହଳ କରାଯାଇଛି । ଅବସରପ୍ରାପ୍ତ ଅଗ୍ନିବୀରଙ୍କ ଶାରୀରିକ ଦକ୍ଷତା ପରୀକ୍ଷା କରାଯିବ ନାହିଁ ।

ଗୋପାଳପୁର ପୋର୍ଟର ଉନ୍ନତିକରଣ- 2010 ଏବଂ 2017 ମସିହାରେ ଗୋପାଳପୁର ବନ୍ଦରର ଅଂଶଧନରେ ପରିବର୍ତ୍ତନ ହୋଇଥିଲା । 2023-24 ଆର୍ଥିକ ବର୍ଷରେ ଗୋପାଳପୁର ବନ୍ଦର ରାଜ୍ୟ ସରକାରଙ୍କ ରାଜସ୍ବ ଅଂଶ ଭାବେ 38 କୋଟି ପଇଠ କରିଥିଲା ।  ତେବେ ଆଗକୁ ବନ୍ଦରର ସଂପ୍ରସାରଣ କରାଯିବ, ଯାହା ଦ୍ବାରା ରାଜସ୍ବ ଅଂଶ ବୃଦ୍ଧି କରିବ ଏବଂ ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବୃଦ୍ଧିର ସୁଯୋଗ ସୃଷ୍ଟି କରିବ ।

ଅବିବାହିତଙ୍କୁ ଚାକିରି-ସରକାରୀ କର୍ମଚାରୀଙ୍କ ଅବିବାହିତା ଝିଅ ଏବଂ ଅବିବାହିତା ସାବତ ଝିଅମାନଙ୍କୁ ଅନୁକମ୍ପାମଳକ ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର । ଏଥିରେ ବିହାରିତା କିମ୍ବା ବିବାହିତ ସାବତ ଝିଅ ଅନ୍ତର୍ଭୁକ୍ତ ହେବେ ନାହିଁ ।

Get real time updates directly on you device, subscribe now.