fbpx

ଏମ୍ସରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ନୂଆଦିଲ୍ଲୀ: ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ବୁଧବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରଙ୍କ ଏକ ବହୁବିଭାଗୀୟ ଟିମ୍ ନଜର ରଖିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା ।

ଅନ୍ୟପକ୍ଷରେ ସିପିଆଇ(ଏମ୍) ମଙ୍ଗଳବାର ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ବରିଷ୍ଠ ନେତା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ଆଇସିୟୁରେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୟେଚୁରୀ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିଲେ ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ୟେଚୁରୀ ୨୦୧୫ରେ ପ୍ରକାଶ କରତଙ୍କ ସ୍ଥାନରେ ସିପିଏମ୍ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

 

Get real time updates directly on you device, subscribe now.