fbpx

୧୯୫୦ ପରେ ପ୍ରଥମ ଥର ପାଇଁ ଅବସର ବୟସ ବଢ଼ାଇଲା ଚୀନ୍

ନୂଆଦିଲ୍ଲୀ: ୧୯୫୦ ପରେ ପ୍ରଥମ ଥର ପାଇଁ ଚୀନ୍ ଧୀରେ ଧୀରେ ଅବସର ବୟସ ବଢ଼ାଉଛି । ଚୀନର ଅଧିକାଂଶ ଜନସଂଖ୍ୟା ବୟସ୍କ ହେବାରେ ଲାଗିଛି । ଚୀନ ସରକାର ଶୁକ୍ରବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବ୍ଲୁ କଲାର ଚାକିରି କରୁଥିବା ମହିଳାଙ୍କ ପାଇଁ ବାଧ୍ୟତାମୂଳକ ଅବସର ବୟସ ୫୦ରୁ ୫୫କୁ ବୃଦ୍ଧି କରିବ ଚୀନ୍ । ହ୍ୱାଇଟ୍ କଲାର (ପ୍ରଫେସନାଲ) ମହିଳାଙ୍କ ପାଇଁ ଏହି ବୟସ ୫୫ ବର୍ଷରୁ ୫୮ ବର୍ଷକୁ ବୃଦ୍ଧି କରାଯିବ ।

ପୁରୁଷଙ୍କ ଅବସର ବୟସ ୬୦ ବର୍ଷରୁ ୬୩ ବର୍ଷକୁ ବୃଦ୍ଧି କରାଯିବ । ଚୀନ୍ ର ଅବସର ବୟସ ବିଶ୍ୱରେ ସର୍ବନିମ୍ନ । ଶୁକ୍ରବାର ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ, ଏହି ପରିବର୍ତ୍ତନ ୧ ଜାନୁଆରୀ ୨୦୨୫ରୁ ଲାଗୁ ହେବ। ଆଗାମୀ ୧୫ ବର୍ଷ ପାଇଁ ପ୍ରତି କିଛି ମାସରେ ଧୀରେ ଧୀରେ ଅବସର ବୟସ ବୃଦ୍ଧି କରାଯିବ । ଚୀନ୍ ର ସରକାରୀ ନ୍ୟୁଜ୍ ଏଜେନ୍ସି ସିନ୍ହୁଆ ଅନୁଯାୟୀ, ଅବସର ନେବା ପାଇଁ ଆଇନଗତ ବୟସ ପୂର୍ବରୁ ଅବସର ନେବାକୁ ଅନୁମତି ଦିଆଯିବ ନାହିଁ ।

Get real time updates directly on you device, subscribe now.