fbpx

ଆସିବ ଟୀକା, ହଟିବ MonkeyPox… ମଙ୍କିପକ୍ସର ପ୍ରଥମ ଟୀକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଆତଙ୍କ ଦେଖାଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଟୀକାକୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହି ଟୀକାକୁ ମଞ୍ଜୁରୀ ଦିଆଯାଇଛି । ମଙ୍କିପକ୍ସ ବିପକ୍ଷରେ ଟୀକାକୁ ମଞ୍ଜୁରୀ ମିଳିବା ପରେ ଏହାସହ ଲଢିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ଟୀକା ବର୍ତ୍ତମାନ ଆଫ୍ରିକା ତଥା ଅନ୍ୟାନ୍ୟ ଦେଶରେ ମଙ୍କିପକ୍ସ ସଂକ୍ରମଣ ରୋକିବାରେ ସାହାଯ୍ୟ କରିପାରେ । ବୱେରିୟନ ନାର୍ଡିକ କମ୍ପାନୀର ଏହି ଟୀକାକୁ ୟୁନିସେଫ୍ ଭଳି ଅନ୍ତରାଷ୍ଟ୍ରୀୟ ସଂଗଠନ କ୍ରୟ କରିପାରିବେ । ତେବେ ଏହାର ଯୋଗାଣ ସୀମିତ ରହିବ ବୋଲି ଜାଣିବାକୁ ମିଳିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠଡ଼ର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧାନମ ଧେବ୍ରେଏସସ କହିଛନ୍ତି ଯେ, ମଙ୍କିପକ୍ସ ଟୀକାର ପ୍ରଥମ ପ୍ରି-କ୍ୱାଲିଫିକେସନ୍ ଏହି ରୋଗ ବିପକ୍ଷ ଲଢେଇରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିବ । ଟୀକା ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣ କରିବା ହିଁ ଟୀକା ପ୍ରି-କ୍ୱାଲିଫିକେସନର ମୁଳ ଲକ୍ଷ୍ୟ । ତେବେ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ଅନୁସାରେ, ଏହି ଟୀକା ୧୮ ବର୍ଷ ବା ତଦୁର୍ଦ୍ଧ ବୟସର ଲୋକମାନଙ୍କୁ ଏହି ଟୀକାର ୨ଟି ଡୋଜ୍ ଦିଆ ଯାଇପାରିବ ।

୧୮ ବର୍ଷରୁ କମ୍ ବୟସର ଲୋକମାନଙ୍କୁ ଏହି ଟୀକା ପ୍ରଦାନ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ମିଳିପାରି ନାହିଁ । କିନ୍ତୁ କିଛିଟା ସ୍ଥାନରେ ଶିଶୁ, ପିଲା ଏବଂ କିଶୋର ବୟସର ପିଲାମାନଙ୍କ ଦେହରେ ଟୀକା ବ୍ୟବହାର ହୋଇପାରିବ । ଯେଉଁଠି ସମ୍ଭାବ୍ୟ ବିପଦ ଅପେକ୍ଷା ଟୀକାକରଣ ଫାଇଦା ଅଧିକ ରହିଥିବ, ସେଠାରେ ପିଲାମାନଙ୍କୁ ଟୀକା ଦିଆଯିବ ବୋଲି କୁହାଯାଇଛି ।

ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଅଧିକାରୀ କହିଛନ୍ତି ଯେ, ମଙ୍କିପକ୍ସରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କାଙ୍ଗୋ ଦେଶରେ ପ୍ରାୟ ୭୦ ପ୍ରତିଶତ ପିଲା ସଂକ୍ରମିତ ହୋଇଛନ୍ତି । ଏହା ଏକ ସଂକ୍ରମିତ ଭାଇରାଲ ରୋଗ, ଯାହା ଏବେ କାୟା ବିସ୍ତାର କରୁଛି । ଏହି ରୋଗରେ ଶରୀରର ବିଭିନ୍ନ ଜାଗା ଫଳିଯିବା, ଜ୍ୱର ହେବା ଏବଂ ଶରୀର ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ଦେଖାଯାଏ ।

Get real time updates directly on you device, subscribe now.