fbpx

କାଲିଠୁ ବ୍ରହ୍ମପୁରରୁ ଗଡିବ ବନ୍ଦେ ଭାରତ; ଶୁଭାରମ୍ଭ କରିବେ ମୋଦୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରବିବାର ଠାରୁ ରାଜ୍ୟରେ ଗଡିବ ଆଉ 3ଟି ବନ୍ଦେ ଭାରତ । ବ୍ରହ୍ମପୁରରୁ ଟାଟାନଗରକୁ ଗଡିବାକୁ ଥିବା ବନ୍ଦେ ଭାରତକୁ ରବିବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁର ରେଲଓ୍ବେ ଷ୍ଟେସନର 4 ନମ୍ବର ପ୍ଲାଟଫର୍ମରେ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଅବସରରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେ ଉକ୍ତ ଟ୍ରେନ ଯୋଗେ ଭୁବନେଶ୍ବର ଫେରି ଆସିବେ ମୁଖ୍ୟମନ୍ତ୍ରୀ ।

ସରକାରୀ ସୂଚନା ମୁତାବକ, ସକାଳ 8ଟା 35 ମିନିଟ ସମୟରେ ବାସଭବନରୁ ବିଜୁ ପଟ୍ଟନାୟକ ଏୟାରପୋର୍ଟ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଏହାପରେ 8ଟା 50ରେ ଅଗୌସ୍ତା 109 ଭିଟି ଓଏସଏଚ ହେଲିକପ୍ଟରରେ ବାହାରି 9ଟା 35 ମିନିଟରେ ବ୍ରହ୍ମପୁରର ଅସ୍ଥାୟୀ ହେଲିପ୍ୟାଡ କେସି ହାଇସ୍କୁଲ ଗ୍ରାଉଣ୍ଡରେ ଓହ୍ଲାଇବେ । ସେଠାରୁ ବ୍ରହ୍ମପୁର ରେଲଓ୍ବେ ଷ୍ଟେସନ ଅଭିମୁଖେ ଯାତ୍ରା କରିବେ । ସକାଳ 10 ଟା 45 ମିନିଟରୁ 11ଟା ମଧ୍ୟରେ ବନ୍ଦେ ଭାରତର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେବେ କାର୍ଯ୍ୟକ୍ରମ ଶେଷ କରି ବନ୍ଦେ ଭାରତରେ ହିଁ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ବିଧାୟକ ଏବଂ ବହୁ ନିର୍ବାଚିତ ପ୍ରତିନିଧୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.