fbpx

ଆଉ ହେବନି ଗାଡି ଚୋରି; କାର୍ ଭଳି ରହିଛି ଫିଚର, 999 ଟଙ୍କାରେ କରିପାରିବେ ବୁକିଂ

ନୂଆଦିଲ୍ଲୀ: ଖୁବଶୀଘ୍ର ମାର୍କେଟକୁ ଆସିବ ଓଲାର ନୂଆ ଇଲେକ୍ଟ୍ରିକ ବାଇକ । ଏନେଇ ଓଲା ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି । ଏହାର ନାମ ରୋଡଷ୍ଟୋର ରଖାଯାଇଛି । ଏହାର ଲଞ୍ଚ ହୋଇ ସାରିଥିଲେ ହେଁ ବର୍ତ୍ତମାନ ଯାଏଁ ଏହା ମାର୍କେଟକୁ ଆସିନାହିଁ  ।  ଭିଡିଓରେ ବାଇକର ରନିଂ ମଡେଲ ଦେଖାଯାଇଛି । ଭିଡିଓରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଏହା ସବୁଠୁ ଉନ୍ନତ ବାଇକ୍ ହେବ ।

ଏହି ବାଇକରେ 2.5 kWh କ୍ଷମତା ଯୁକ୍ତ ଇଲେକ୍ଟ୍ରିକ ମୋଟର ମିଳିବ । 3.5 kWh, 4.5kWh ଏବଂ 6 kWhର ବ୍ୟାଟେରୀ ଅପ୍ସନ ମଧ୍ୟ ଦିଆଯାଇଛି । ଏହାର ଟପ୍ ସ୍ପିଡ 126 କିଲୋମିଟର ପ୍ରତି ଘଣ୍ଟା ରହିଛି । ଓଲା ରୋଡଷ୍ଟୋରରେ ପାଓ୍ବାରଫୁଲ ଇଲେକ୍ଟ୍ରୋନିକ୍ସ ମୋଟର, ଲମ୍ବା ବ୍ୟାଟେରୀ ରେଞ୍ଜ, ଫାଷ୍ଟ ଚାର୍ଜିଂ, 7 ଇଞ୍ଚର ସ୍ମାର୍ଟ ଡିଜିଟାଲ ଡିସପ୍ଲେ, ସ୍ମାର୍ଟ କନେକ୍ଟିଭିଟି ଏବଂ ଜିପିଏସ ନାଭିଗେସନର ସୁବିଧା ମଧ୍ୟ ରହିଛି । ତେବେ ଏହି ବାଇକକୁ ଚୋର ଚୋରି କରିବା କଷ୍ଟକର ବୋଲି କୁହାଯାଇଛି । ଏଥିରେ କ୍ରୁଜ କଣ୍ଟ୍ରୋଲ ଏବଂ ଚୋରୀରୁ ବର୍ତ୍ତିବା ପାଇଁ ଡିଭାଇସ ମଧ୍ୟ ଲଗାଯାଇଛି ।

ଓଲା ରୋଡଷ୍ଟର ତିନି ଭାରିଆଣ୍ଟରେ ଆସିଛି । ରେଡଷ୍ଟୋର ଏକ୍ସ, ରୋଡଷ୍ଟୋର ଏବଂ ରୋଡଷ୍ଟୋର ପ୍ରୋ । 3.5 kWh ଭାରିଆଣ୍ଟର ଏକ୍ସ ସୋରୁମ ଦର 1ଲକ୍ଷ 4ହଜାର 999ରୁ ଆରମ୍ଭ ହୋଇଥାଏ । ସେହିପରି 4.5 kWhର ଦାମ୍ 1 ଲକ୍ଷ 19 ହଜାର ଟଙ୍କା ରହିଛି । 6 kWh ଭାରିଆଣ୍ଟର ଏକ୍ସ ସୋ ରୁମ ଦାମ୍ 1 ଲକ୍ଷ 39 ହଜାର 999 ଟଙ୍କା ରହିଛି । ଓଲା ରୋଡଷ୍ଟୋରର ବୁକିଂ 999 ଟଙ୍କାରେ କରି ହେବ । ଓଲା ଇଲେକ୍ଟ୍ରିକର କହିବା ଅନୁସାରେ, 2025 ମସିହା ମାର୍ଚ୍ଚ ମାସରେ ଏହାର ଡେଲିଭରୀ ଆରମ୍ଭ ହେବ । ବଜେଟ ହିସାବରେ ଅପ୍ସନ ମଧ୍ୟ ଅଲଗା ଅଲଗା ରହିଛି ।

Get real time updates directly on you device, subscribe now.