fbpx

Flipkart Big Billion Days: ଏହି ତାରିଖରୁ ଆରମ୍ଭ ହେବ ଫ୍ଲିପକାର୍ଟ ବିଗ୍ ବିଲିୟନ ସେଲ୍ , ମିଳିବ 70% ରିହାତି

ନୂଆଦିଲ୍ଲୀ:  ଜାରି ରହିଛି ପାର୍ବଣ ଋତୁ । ଏହି ସମୟରେ ଅନେକ ପୂଜା ସହିତ ଛୁଟି ପଡୁଥିବାକୁ ସପିଂ ପାଇଁ ଲୋକଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଇଥାଏ । ଏହାକୁ ଦୃଷ୍ଟିରେ ରଖି ବହୁ ଇ-କମର୍ସ କମ୍ପାନୀ ନିଜ ନିଜ ପ୍ଲାଟଫର୍ମରେ ଜବରଦସ୍ତ ଅଫର ଦେବା ନେଇ ସୂଚନା ରହିଛି । ଗତବର୍ଷ ଅକ୍ଚୋବର 8 ତାରିଖରୁ ଏହି ସେଲ୍ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ  ଶୀଘ୍ର  ବିଗ୍ ବିଲିୟନ ଡେ’ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ ଅନେକ ଜିନିଷ ଉପରେ ଅଫର ପାଇବେ ଗ୍ରାହକ । କେତେକ ଶ୍ରେଣୀରେ ମଲ୍ଟିପଲ ଅଫର ମଧ୍ୟ ପ୍ରଦାନ କରିବ କମ୍ପାନୀ ।

କେଉଁ ଜିନିଷ ଶସ୍ତାରେ ମିଳିବ- ବିଶେଷକରି ବୈଦ୍ୟୁତିକ ସାମଗ୍ରୀ ଯେପରିକି ଲାପଟପ, ମୋବାଇଲ ଫୋନ୍, ଗେମିଂ ଉପକରଣରେ ଅଧିକ ଅଫର ରହିଛି । ସର୍ବନିମ୍ନ 50ରୁ ସର୍ବାଧିକ 80 ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସ୍ମାର୍ଟ ଟିଭି ଉପରେ ମଧ୍ୟ 80 ପ୍ରତିଶତର ରିହାତି ରହିଛି । ଫ୍ଲିପକାର୍ଟର ବିଗ ବିଲିୟନ ସେଲରେ ଫ୍ରିଜ ଏବଂ 4କେ ସ୍ମାର୍ଟ ଟିଭି ଉପରେ 75 ପ୍ରତିଶତ ଡିସକାଉଣ୍ଟ ରହିଛି । ଅନ୍ୟପଟେ ଯଦି ଦେଖିବା ନଥିଂ, ରିୟଲମି, ଏମଆଇ, ଇନଫିନିକ୍ସ ଭଳି ବ୍ରାଣ୍ଡରେ ମଧ୍ୟ ବିଗ୍ ବିଲିୟନ୍ ଡେରେ ଅଫର ମିଳିବ । ତେବେ ଅଳ୍ପ ସମୟ ପାଇଁ ହିଁ ଅଫର ପ୍ରଦାନ କରାଯିବ । କମ୍ପାନୀର ସୂଚନା ମୁତାବକ ଆଇଫୋନ ଉପରେ ମଧ୍ୟ ରିହାତି ମିଳିବ ।

କେବେ ଆରମ୍ଭ ହେବ ସେଲ୍- ସେପ୍ଟେମ୍ବର 27 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ବିଲିୟନ ସେଲ୍ । ତେବେ ଫ୍ଲିପକାର୍ଟର ପ୍ଲସ ମେମ୍ବରଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ ସେଲ । ସେମାନେ ଶୀଘ୍ର ଅଧିକ ରିହାତିରେ କିଣିପାରିବେ ।

Get real time updates directly on you device, subscribe now.