fbpx

ଫୁଲୁଛି ଜଳକା ନଦୀ, ବିପଦ ସଂକେତ ଉପରେ ଜଳସ୍ତର

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ଜଳସ୍ତର ବିପଦ ସଙ୍କେତ ଟପିଛି । ବିପଦ ସଙ୍କେତ 6.51 ମିଟର ରହିଛି ।  ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଏହାକୁ ନେଇ ଭୟଭୀତ ନଦୀ କୂଳିଆବାସୀ । ତେବେ ଆସନ୍ତାକାଲି(ସୋମବାର) ମଧ୍ୟ ବର୍ଷା ରହିଥିବା କାରଣରୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଆପଣାଇବା ପାଇଁ କହିଛନ୍ତି ।

ଖବର ଅନୁସାରେ, ମଥାନୀଠାରେ ସତର୍କ ସଙ୍କେତ 6.0 ମିଟର ରହିଥିବା ବେଳେ ବର୍ତ୍ତମାନ 6.51 ମିଟର ଉଫରେ ଜଳ ପ୍ରବାହିତ ହେଉଥିବା ନେଇ ସୂଚନା ଦିଆଯାଇଛି । ମୟୂରଭଞ୍ଜ, ଜଳକା ଅବବାହିକା ସମେତ ଉପରମୁଣ୍ଡରେ ବର୍ଷା କାରଣରୁ ଜଳସ୍ତର ବଢିବାରେ ଲାଗିଛି । ତେବେ ଆଗକୁ ମଧ୍ୟ ବର୍ଷା ରହିଥିବାରୁ ବନ୍ୟା ଆଶଙ୍କା ରହିଛି । ମୟୂରଭଞ୍ଜ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଦିଆଯାଇଛି । ବନ୍ୟା ହେଲେ ସ୍ଥାନୀୟ ଲୋକଙ୍କ ସହିତ ଚାଷଜମିରେ ମଧ୍ୟ ଅନେକ କ୍ଷତି ହେବା ନେଇ ଅନୁମାନ କରାଯାଉଛି । ମାଟି ଘର ଭାଙ୍ଗିବା ସହିତ ତଳିଆ ଅଞ୍ଚଳରେ ପାଣି ଜମିପାରେ ।

Get real time updates directly on you device, subscribe now.