fbpx

କାହିଁକି ନୀଳ ରଙ୍ଗର ହୋଇଥାଏ ବିମାନ ସିଟ୍? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନ ଭିତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଳ୍ପ ସମୟରେ ଅଧିକ ଦୂର ଯାତ୍ରା କରିବା ପାଇଁ ସମସ୍ତେ ଫ୍ଲାଇଟ ଯାତ୍ରାକୁ ଆପଣାଇଥାନ୍ତି । ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଲୋକେ କମ୍ ସମୟରେ ପହଞ୍ଚିବା ପାଇଁ ବିମାନ ଯାତ୍ରା କରିଥାନ୍ତି । ତେବେ ସୋସିଆଲ ମିଡିଆରେ ବିମାନକୁ ନେଇ ଅନେକ ତଥ୍ୟ ଦେଖାଯାଇଥାଏ । ତେବେ ଫ୍ଲାଇଟର ସିଟ୍ କାହିଁକି ନୀଳ ରଙ୍ଗର ହୋଇଥାଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଏହା ପଛର କାରଣ କଣ ହୋଇଥାଏ ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କୁହାଯାଇଛି ଯେ, ନୀଳ ରଙ୍ଗ ବିଶ୍ବସନୀୟତା ଏବଂ ସୁରକ୍ଷାର ପ୍ରତୀକ ହୋଇଥାଏ । ଏହା ଏକ କାରଣ ହୋଇପାରେ । ଅନ୍ୟପଟେ କିଛି ଜଣ ବ୍ୟକ୍ତି ଆକାଶର ରଙ୍ଗ ନୀଳ ହୋଇଥିବାରୁ ଫ୍ଲାଇଟ ସିଟର ରଙ୍ଗ ମଧ୍ୟ ନୀଳ କରାଯାଇଥାଏ ବୋଲି କହିଛନ୍ତି । କିନ୍ତୁ ଏହାର କାରଣ ଅଲଗା ରହିଥାଏ । ମିଡିଆ ରିପୋର୍ଟ ଅନୁସାରେ, ବିମାନରେ ନୀଳ ରଙ୍ଗର ସିଟ୍ ଦଶକ ଧରି ବ୍ୟବହାର କରାଯାଉଛି । ଏହି ପ୍ରଥା ଆଜି ମଧ୍ୟ ଜାରି ରହିଛି । ବ୍ରିଟିସ ବୈଜ୍ଞାନିକଙ୍କ ଦ୍ବାରା କରାଯାଇଥିବା ରିପୋର୍ଟ ଅନୁସାରେ, ନୀଳ ରଙ୍ଗ ବିଶ୍ବସନୀୟତା ଏବଂ ସୁରକ୍ଷା ସହିତ ଜଡିତ । ଏୟାରଫୋବିଆ ଲୋକଙ୍କ ପାଇଁ ଏହା ଉପଯୁକ୍ତ ବୋଲି କୁହାଯାଉଛି । କହିରଖୁଛୁ କି, ଏୟାରଫୋବିଆ ଲୋକଙ୍କୁ ଶାନ୍ତି ରଖିବା ପାଇଁ ନୀଳ ରଙ୍ଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Get real time updates directly on you device, subscribe now.