fbpx

ସ୍ବାଧୀନତା ପରେ ଦେଶକୁ ପ୍ରଥମ ଥର ମଜଭୁତ ସରକାର ମିଳିଛି: ଅମିତ ଶାହ

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ 3.0 ସରକାରକୁ 100 ଦିନ ପୂରଣ ହୋଇଛି । ତୃତୀୟ ଥର ପାଇଁ ରେକର୍ଡ କରି ମୋଦୀ ଜୁନ 9 ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଆଜି 100 ଦିନ ପୂର୍ତ୍ତି ହୋଇଛି । ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ସରକାରଙ୍କ ଯୋଜନା ଏବଂ ବିସ୍ତାର ନେଇ ସୂଚନା ଦିଆଯାଇଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅଶ୍ବିନୀ ବୈଷ୍ଣବ ।  100 ଦିନ ପୂର୍ତ୍ତି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତ ବିଶ୍ବରେ ବର୍ତ୍ତମାନ ଉତ୍ପାଦନର କେନ୍ଦ୍ର ସାଜିଛି । ଏହାକୁ ମୁଁ ଗର୍ବର ସହିତ କହିପାରିବି । ଅନେକ ଦେଶର ଆମର ଡିଜିଟାଲ ଇଣ୍ଡିଆକୁ ବୁଝିବାକୁ ଚାହୁଁଛନ୍ତି ଏବଂ ଏହାକୁ ବିକାଶର ଆଧାର କରିବା ପାଇଁ ଇଚ୍ଛା କରୁଛନ୍ତି । ଆମେ ଅନୁଶାସନ ଆଣି ଅର୍ଥବ୍ୟବସ୍ଥାର13 ମାପଦଣ୍ଡକୁ ଆଗକୁ ବଢାଇଛୁ ।

ଅନ୍ତରୀକ୍ଷ କ୍ଷେତ୍ରରେ ଭାରତର ଭବିଷ୍ୟ ଉଜ୍ବଳ ବୋଲି ବିଶ୍ବାବସୀ ବିଶ୍ବାସ କରୁଛନ୍ତି ବୋଲି ଶାହ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ବିଶ୍ବ ଏଭଳି ଏକ ସରକାର ଦେଖୁଛି, ଯାହାର ବିଦେଶୀ ନିତିରେ ଭାରତର ମେରୁଦଣ୍ଡ ରହିଛି । 60 କୋଟି ଭାରତୀୟଙ୍କୁ ଘର, ଶୌଚାଳୟ, ଗ୍ୟାସ ପାଣି, ବିଜୁଳି, ରାସନ ସହିତ ସ୍ବାସ୍ଥ୍ୟବୀମାର ମଧ୍ୟ ସୁବିଧା ମିଳିଛି । ଆଗାମୀ ନିର୍ବାନରେ ଯେପରି ସମସ୍ତଙ୍କ ପାଖେ ଘର ଥିବ ଆମେ ସେନେଇ କାର୍ଯ୍ୟ କରୁଛୁ । ଭାରତରେ ଗରିବ ଲୋକଙ୍କ ବିକାଶ, ନିରାପତ୍ତା ଏବଂ କଲ୍ୟାଣ ପାଇଁ 10 ବର୍ଷ ଉତ୍ସର୍ଗ କରିବା ପରେ ଭାରତୀୟମାନେ ବିଜେପିକୁ ଜନାଦେଶ ଦେଇଛନ୍ତି । ଗତ 60 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହୋଇଛି । ଏହା ଦେଶରେ ରାଜନୈ ତିକ ସ୍ଥିରତାର ପରିବେଶ ଆଣିଛି । ଆମେ ନୀତିର କାର୍ଯ୍ୟକାରିତା ଦେଖିଛୁ । ଗତ 10 ବର୍ଷ ମଧ୍ୟରେ ମୋଦୀ ସରକାର ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷାକୁ ଦୃଢ କରି ଏକ ଶକ୍ତିଶାଳୀ ଭାରତ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.