fbpx

୯୮ ଗ୍ରାମର ଶୁଆ ଭିତରେ ଥିଲା ୨୦ ଗ୍ରାମର ଟ୍ୟୁମର, ୨ ଘଣ୍ଟାର ଅପରେସନ ପରେ ବଞ୍ଚାଗଲା ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ୨୦ ବର୍ଷୀୟ ଶୁଆର ଅପରେସନ ହୋଇଛି। ପଶୁ ହସ୍ପିଟାଲର ଡାକ୍ତର ନିଜ ଟିମ ସହ ମିଶି ଏହି ଅପରେସନକୁ ସଫଳ କରିଛନ୍ତି। ଏଥିରେ ଶୁଆର ପେକ ପାଖରୁ ଡାହାଣ ପଟ ଆଖିର ତଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା। ସର୍ଜରୀ ସମୟରେ ଗୋଟେ ଛୋଟ ଭୁଲ ରୋଗୀ ପାଇଁ ବିପଦ ସୃଷ୍ଟି କରିଥାଆନ୍ତା।

ସତନା ସହରର ମୁକ୍ତିୟାର ଗଞ୍ଜରେ ରହୁଥିବା ଚନ୍ଦ୍ରଭାନ ବିଶ୍ୱକର୍ମା ୨୦ ବର୍ଷ ପୂର୍ବେ ସେ ଏକ ଶୁଆ ଆଣିଥିଲେ। ସେହି ଶୁଆର ନାମ ତାଙ୍କ ପରିବାର ଲୋକେ ସ୍ନେହରେ ବେଟୁ ଦେଇଥିଲେ। ତେବେ ବେଟୁର ପଛ ବେକରେ ପାଖାପାଖି ୬ ମାସ ପୂର୍ବରୁ ମାଂସର ଏକ ଚମଡା ବଡିବାକୁ ଲାଗିଥିଲା। ଏହି ଟ୍ୟୁମର ଶୁଆର ବେକରୁ ଆଖି ପର୍ଯ୍ୟନ୍ତ ବଢିଯାଇଥିଲା। ଏଥିପାଇଁ ସେ ଠିକ ଭାବେ କିଛି କରିପାରୁନଥିଲା।

ଏହା ପରେ ସେ ବେଟୁକୁ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ଟିମ ଏହାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ଶୁଆର ଓଜନ ସମୁଦାୟ ୯୮ ଗ୍ରାମ, ଯେଉଁଥିରେ ୨୦ ଗ୍ରାମର ଟ୍ୟୁମର ଥିଲା। ଏହାପରେ ସେ ତାଙ୍କ ସର୍ଜରୀ ଆରମ୍ଭ କରିଥିଲେ। ଡାକ୍ତରଙ୍କ ଟିମ ପାଖାପାଖି ୨ ଗଣ୍ଟା ସର୍ଜରୀ କରିବା ପରେ ଟ୍ୟୁମର ବାହାର କରିଥିଲା।

Get real time updates directly on you device, subscribe now.