fbpx

(Video) ଗାଁରେ କ୍ଷୀରି ଖାଇ ଜନ୍ମଦିନ ପାଳିଲେ ମୋଦୀ, କୁନି ଛୁଆକୁ କହିଲେ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଗାଡକଣ ଗାଁକୁ ଯାଇଥିଲେ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭ ଉଦଘାଟନ ସହିତ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଯାଇଥିଲେ । ତେବେ ଜନ୍ମ ଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରେ ଚୁଲି ରନ୍ଧା କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ । ପରିବାର ସଦସ୍ୟଙ୍କ ଭଳି ଘରେ ଠାକୁର ପୂଜା କରିବା ସହିତ ଛୋଟ ଛୁଆଙ୍କୁ କୋଳରେ ଧରି ଗେଲ କଲେ । ମୋଦୀଙ୍କ ମନରେ ବାଛ ବିଚାର ନଥିବା ଉକ୍ତି ଆଜି ସତ୍ୟ ପ୍ରମାଣିତ ହୋଇଛି ।

ସାଧାରଣ ଲୋକଙ୍କ ଭଳି ଅନ୍ତର୍ଯ୍ୟାମୀଙ୍କ ଗରିବ କୁଡିଆରେ ବସି ମାଟି ପାତ୍ରରେ କ୍ଷୀରି ଖାଇଲେ ମୋଦୀ । ଓଡିଶାର ଗାଡକଣରେ ଓଡିଆଙ୍କ ଭଳି କ୍ଷୀରି ଖାଇବା ସହିତ ଲୋକଙ୍କ ସୁଃଖ ଦୁଃଖ ବୁଝିଛନ୍ତି । ଓଡିଆଙ୍କ ଭଳି ପାତ୍ରରେ ଥିବା କ୍ଷୀରିକୁ ସମ୍ପୁର୍ଣ୍ଣ ଖାଇଛନ୍ତି । ଏହି ସମୟରେ ମୋଦୀଙ୍କ ନିକଟରେ ମୋହନ ମାଝୀ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ମୋଦୀଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ରହିଥିଲେ । ପୁରା ପରିବାର ସହିତ ସମୟ ବିତାଇବା ପରେ ଅନ୍ତର୍ଯ୍ୟାମୀଙ୍କ ନାତୁଣୀକୁ କୋଳରେ ଧରି କଥା ହେଇଛନ୍ତି ମୋଦୀ । ଏହାପରେ ସେଠାରୁ ସିଧାସଳଖ ଭୁବନେଶ୍ବର ଆସି ସୁଭଦ୍ରା ହିତାଧିକାରୀଙ୍କ ଟଙ୍କା ବାଣ୍ଟିଛନ୍ତି । ଅନ୍ୟପଟେ ମୋଦୀ ଯୋଗ କରିବା ପାଇଁ କହିଥିବା କହିଛନ୍ତି ହିତାଧିକାରୀ ।

Get real time updates directly on you device, subscribe now.