fbpx

ବୁଲଡୋଜର ଆକ୍ସନ ଉପରେ ସୁପ୍ରିମ ଝଟକା: ସାର୍ବଜନିକ ସମ୍ପତ୍ତି ଉପରେ ଜାରି ରହିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନକୁ ନେଇ ଏକ ବଡ଼ ରାୟ ଦିଆଯାଇଛି । ବୁଲଡୋଜର ଆକସନ ଉପରେ ରୋକ୍ ଲଗାଇଛନ୍ତି ମାନ୍ୟବର ସୁପ୍ରିମ ଅଦାଲତ । ଆଗାମୀ ଶୁଣାଣି ସୁଦ୍ଧା କୌଣସି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏହି ସମୟ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ବିନା କୌଣସି ଡିମୋଲିସନ୍ କରାଯିବ ନାହିଁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ତେବେ ଯଦି ସାର୍ବଜନିକ ରାସ୍ତା, ଫୁଟପାଥ୍, ରେଲୱେ ଲାଇନରେ କୌଣସି ପ୍ରକାର ଅତିକ୍ରମଣ ଦେଖାଗଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ ବୋଲି କହିଛନ୍ତି କୋର୍ଟ । ଏହିସବୁ ସମ୍ପତ୍ତି ହଟାଇବା ପାଇଁ ଅଦାଲତ ପକ୍ଷରୁ କୌଣସି ରୋକ ଲାଗିବ ନାହିଁ । ଏଭଳି ପରିସ୍ଥିତିରେ କାଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.