fbpx

Video; ମୃତ୍ୟୁ ସହ ଖେଳ ଆଉ କ’ଣ କି? ଭାଲୁ ଗୁମ୍ଫାରେ ପଶିଥିଲେ ଯୁବକ, ଦେଖିଦେଲା ଭାଲୁ…

ନୂଆଦିଲ୍ଲୀ: ସର୍ବିଆର ଜଣେ ଯୁବକ ଅଜାଣତରେ ଏକ ଭାଲୁ ଗୁମ୍ଫାରେ ପଶି ଭାଲୁ ସହ ମୁହାଁମୁହିଁ ହୋଇଛନ୍ତି । ଷ୍ଟିଫେନ ଜାନକୋଭିକ୍ ସୋସିଆଲ ମିଡିଆରେ ଦୁଇଟି ଆଶ୍ଚର୍ଯ୍ୟଜନକ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ଭାଲୁ ତାଙ୍କୁ ଟେଣ୍ଟ ଭିତରକୁ ପଶି ଆସୁଛନ୍ତି ପରେ ସେ ତାଙ୍କ ଗୁମ୍ଫାରେ ବସିଥିବା ଦେଖିବାକୁ ପାଇଥିଲେ । ପ୍ରଥମ କ୍ଲିପ୍ ରେ ଷ୍ଟିଫେନ୍ ଜାନକୋଭିକ୍ ଭାଲୁର ଗୁମ୍ଫା ଭିତରେ ବସିଥିବା ବେଳେ ଭାଲୁଟି ବାହାରୁ ତାଙ୍କୁ ଚାହିଁ ଥିବା ଦେଖିବାକୁ ମିଳିଛି ।

ଭାଲୁ ସତର୍କତାର ସହ ପାଖକୁ ଯାଇ ତାଙ୍କୁ ଶୁଙ୍ଘୁଛି । ସବୁଠୁ ଆଶ୍ଚର୍ଯ୍ୟ କଥା, ଯୁବକ ଜଣକ ଯତେବେଳେ ଗୁମ୍ଫାରୁ ବାହାରକୁ ଯିବାବେଳେ ତାଙ୍କର କିଛି କ୍ଷତି କରୁନାହିଁ । ପରବର୍ତ୍ତୀ ଦୃଶ୍ୟ ଆହୁରି ବିପଜ୍ଜନକ, ଯେଉଁଥିରେ ଷ୍ଟେପାନ୍ ଜାନକୋଭିକ୍ ଗୁମ୍ଫା ଭିତରୁ ବାହାରକୁ ଆସିଲା ବେଳେ ଭାଲୁ ଆଗରେ ଠିଆ ହୋଇଛନ୍ତି। ଭାଲୁ ତାଙ୍କ ମୁଣ୍ଡ ଓ ମୋବାଇଲ୍ ଫୋନ୍ କୁ ଶୁଙ୍ଘୁଛି । ହଠାତ୍ ଆସିଥିବା ବ୍ୟକ୍ତିଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଜଣାପଡିଛି ।

ଦ୍ବିତୀୟ କ୍ଲିପ୍ ରେ ଯୁବକ ଦୁଇଟି ଭାଲୁ ତାଙ୍କ ଟେଣ୍ଟ ଉପରେ ଚଢୁଛନ୍ତି । ଯୁବକ ଜଣକ ପୋଷ୍ଟରେ ଲେଖିଛନ୍ତି, “ମୋ ସହିତ ଯାହା ଘଟିଲା ତୁମେ ବିଶ୍ୱାସ କରିବ ନାହିଁ । ମୁଁ ଜଙ୍ଗଲରେ ୨୪ ଘଣ୍ଟା ବିତାଇଥିଲି ଏବଂ ଏକ ଭାଲୁ ମୋତେ ଆକ୍ରମଣ କରିଥିଲା । ଆଉ ଏକ କ୍ଲିପ୍ ଅଛି,” କ୍ଲିପ୍ଗୁଡିକ ଅନଲାଇନରେ ବହୁତ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଭିଡିଓକୁ ପାଖାପାଖି ୭୦ ମିଲିୟନ ଲୋକ ଦେଖିସାରିଲେଣି ।

 

View this post on Instagram

 

A post shared by Stefan Janković (@stefan_jankovich)

 

View this post on Instagram

 

A post shared by Stefan Janković (@stefan_jankovich)

Get real time updates directly on you device, subscribe now.