fbpx

ଜୀବନ ନେଇଗଲା ଇଟିଲି: ୩ଟା ଇଟିଲି ଖାଇ ଆଖି ବୁଜିଲେ ସୁରେଶ… ଶୋକରେ ପାଲଟିଗଲା ଥଟ୍ଟାମଜାର ଆସର

ଓଡ଼ିଶା ଭାସ୍କର: ଆଜିକାଲି ଜଳଖିଆ ପାଇଁ ଇଟିଲି ସବୁଠାରୁ ସ୍ୱାଦିଷ୍ଟ ଏବଂ ଲୋକପ୍ରିୟ ଖାଦ୍ୟ ବୋଲି କୁହାଯାଇପାରେ । ଅଧିକାଂଶ ଲୋକେ ଇଟିଲି ଖାଇବା ପାଇଁ ବେଶ୍ ଭଲପାଆନ୍ତି । କିନ୍ତୁ ଏହି ଇଟିଲି ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ପାଲଟିଛି । ୩ଟି ଇଟିଲି କାଇବା ପରେ ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇଛନ୍ତି । ସାମାନ୍ୟ ଭୁଲ ପାଇଁ ଥଟ୍ଟାମଜାରୁ ଆଜି ଶୋକର ଛାୟା ଖେଳାଇ ଦେଇଛି । ଇଟିଲି ଖାଇବା ପ୍ରତିଯୋଗିତାରେ ବିଜୟୀ ହେବାର ଆଶାରେ ଚାଲିଯାଇଛି ଜଣେ ପ୍ରତିଯୋଗୀଙ୍କ ଜୀବନ ।

ସୂଚନା ଅନୁସାରେ, କେରଳ କାଞ୍ଜିକୋଡରେ ଆୟୋଜିତ ଏକ ‘ଇଟିଲି ଖାଇବା’ ପ୍ରତିଯୋଗିତାରେ ଘଟିଯାଇଛି ବଡ଼ ଧରଣର ଅଘଟଣ । ପ୍ରତିଯୋଗିତାରେ ବିଜୟୀ ହେବାର ଆଶା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସୁରେଶ ନାମକ ଜଣେ ବ୍ୟକ୍ତି ଅଚାନକ ପ୍ରାଣ ହରାଇଛନ୍ତି । ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଏକାସାଙ୍ଗରେ ୩ଟି ଇଟିଲି ଗିଳିଦେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହା ତାଙ୍କ ପାଇଁ ଖୁବ ମହଙ୍ଗା ପଡ଼ିଛି । ଏକାସାଙ୍ଗରେ ୩ଟି ଇଟିଲି ଖାଇବା ଚେଷ୍ଟାରେ ସେ ଖୁବ ଅସହଜ ମନେ କରିଥିଲେ । ୩ଟି ଇଟିଲି ଏକାସାଙ୍ଗରେ ଖାଇବା ଚେଷ୍ଟାରେ ଏହା ସୁରେଶଙ୍କ ତଣ୍ଟିରେ ଲାଗି ଯାଇଥିଲା ଏବଂ ନିଶ୍ୱାସ-ପ୍ରଶ୍ୱାସରେ ତାଙ୍କୁ ଅସୁବିଧା ହୋଇଥିଲା ।

ଧିରେ ଧିରେ ସୁରେଶଙ୍କ ଅବସ୍ଥା ଖରାପ ହେବାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ଥିତିରେ ପରିବର୍ତ୍ତନ ନ ହେବାରୁ ତାଙ୍କୁ ବାଲୟାରର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୁରେଶଙ୍କ ମୃତ୍ୟୁରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏ ନେଇ ପୋଲିସ ଏକ ଅପ୍ରାକୃତିକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପଟାଲରେ ରଖାଯାଇଛି । ସୁରେଶଙ୍କ ସହ ଘଟିଯାଇଥିବା ଏଭଳି ଘଟଣା ସାରା ଅଞ୍ଚଳର ଖୁସିକୁ ଶୋକରେ ପରିବର୍ତ୍ତନ କରି ଦେଇଛି ।

Get real time updates directly on you device, subscribe now.