fbpx

COVID-19 XEC Variant: କାୟା ବିସ୍ତାର କରୁଛି ନୂଆ ଭାରିଆଣ୍ଟ, ଏଭଳି ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: କରୋନା ଭାଇରସ ଶେଷ ହେବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଚିନ୍ତାର କାରଣ ସାଜିଛି । ଏହାରି  ଭିତରେ ଆଉ ଏକ ଭାରିଆଣ୍ଟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରେ ଲାଗିଛି । ନୂଆ ଭାରିଆଣ୍ଟ ଏକ୍ସଇସି ୟୁରୋପରେ କାୟା ବିସ୍ତାର କରୁଛି । ଗତ ଜୁନ୍ ମାସରେ ଜର୍ମାନୀରେ ପ୍ରଥମ ଥର ଚିହ୍ନଟ ହୋଇଥିଲା । ଯାହା ବର୍ତ୍ତମାନ 13ରୁ ଅଧିକ ଦେଶରୁ ନିଜ ଅକ୍ତିଆରକୁ ନେଇଛି । ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ ଓମିକ୍ରନର ଦୁଇଟି ସବ୍ ଭାରିଆଣ୍ଟ KS.1.1 ଏବଂ KP.3.3ର ମିଳିତ ରୂପ ଅଟେ । KS.1.1ହେଉଛି FLiRT ଭାରିଆଣ୍ଟ ଅଟେ, ଯାହା କୋଭିଡ ମାମଲା ବୃଦ୍ଧି ପାଇଁ କାରଣ ବୋଲି ବିବେଚନା କରାଯାଏ ।

କରୋନାର XEC ଭାରିଆଣ୍ଟ କଣ-ଏହା KS.1.1 ଏବଂ KP.3.3ର ମିଳିତ ରୂପ ବୋଲି କୁହାଯାଉଛି । ଏହି ଦୁଇ ସବ ଭାରିଆଣ୍ଟ ପୂର୍ବରୁ ହିଁ ବିଶ୍ବର ଚିନ୍ତାର କାରଣ ସାଜିଥିଲା । କିନ୍ତୁ ଦୁଇଟି ଭାରିଆଣ୍ଟ ମିଶି ଗୋଟିଏ ଭାରିଆଣ୍ଟ ହେବା ଦ୍ବାରା ଏହା ଆହୁରି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି । ଏହି ଭାରିଆଣ୍ଟ ଦ୍ବାରା ସଂକ୍ରମଣ ମଧ୍ୟ ଅଧିକ ହେବାର ସମ୍ଭାବନା ରହିଛି । କିନ୍ତୁ ଅନେକ ବୈଜ୍ଞାନିକ ଦାବି କରି କହିଛନ୍ତି ଯେ, ଏହି ଭାରିଆଣ୍ଟକୁ କୋଭିଡ ଭ୍ୟାକ୍ସିନ ପ୍ରତିରୋଧ କରିପାରିବ ।  ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଲୋକଙ୍କୁ କରୋନା ଭ୍ୟାକ୍ସିନ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଏଥିରୁ ବର୍ତ୍ତିବାର ଏହା ଏକମାତ୍ର ଉପାୟ ଅଟେ । ପରିଷ୍କାର ପରିଚ୍ଛନ୍ନତା, ମାସ୍କ ପିନ୍ଧିବା, ଦୂରତା ବଜାଇ ରଖିବା ଭଳି ନୟମକୁ ପାଳନ କରିବା ଦ୍ବାରା କିଛି ମାତ୍ରାରେ ସଂକ୍ରମଣକୁ ଏଡାଯାଇ ପାରିବ ।

Get real time updates directly on you device, subscribe now.