fbpx

Movie Tickets @ 99; ମାତ୍ର ୯୯ ଟଙ୍କାରେ ମିଳିବ ଟିକେଟ: ଶୁକ୍ରବାର ଶସ୍ତାରେ PVR-INOXରେ ଦେଖନ୍ତୁ ଫିଲ୍ମ

ଓଡ଼ିଶା ଭାସ୍କର: ମାତ୍ର ୯୯ ଟଙ୍କାରେ ମିଳିବ ସବୁ ସିନେମାର ଟିକେଟ । ପିଭିଆର ହେଉ କି ଆଇନକ୍ସ, ସବୁଠି ଶସ୍ତାରେ ଟିକେଟ ପାଇ ନିଜ ମନ ପସନ୍ଦର ସିମୋ ଦେଖିପାରିବେ ଦର୍ଶକ । ୩୦୦-୪୦୦ ଟଙ୍କାରେ ଉପଲବ୍ଧ ଥିବା ସୁପରହିଟ୍ ସିନେମାର ଟିକେଟ ମଧ୍ୟ ଦର୍ଶକ ମାତ୍ର ୯୯ ଟଙ୍କାରେ ପାଇପାରିବେ । ଆସନ୍ତା ଶୁକ୍ରବାର(ସେପ୍ଟେମ୍ବର ୨୦ ତାରିଖ)ରେ ସମସ୍ତ ମୋଭି ଟିକେଟ ମାତ୍ର ୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି । ପିଭିଆର-ସିନେପଲିସ ହେଉ କିମ୍ବା ଆଇନକ୍ସ ଇତ୍ୟାଦି ହଲରେ ମାତ୍ର ୯୯ ଟଙ୍କା ଦେଇ ସ୍ତ୍ରୀ-୨ ଏବଂ ଗୋଟ୍ ଭଳି ଫିଲ୍ମ ଦେଖିପାରିବେ । 20 ସେପ୍ଟେମ୍ବରରେ ଜାତୀୟ ସିନେମା ଦିବସ ପାଳନ କରାଯାଉଛି । ଏହି ଦିନ ପ୍ରାୟ ସମସ୍ତ ପ୍ରେକ୍ଷାଳୟ ଗ୍ରାହକଙ୍କୁ ଟିକେଟ୍ ବୁକିଂରେ ଏହି ଅଫର୍ ଦେବେ ।

ଦର୍ଶକ ଅନଲାଇନରେ ମାତ୍ର ୯୯ ଟଙ୍କାରେ ଫିଲ୍ମ ଟିକେଟ ବୁକ୍ କରିପାରିବେ । BOOKMYSHOW, PVR Cinemas, Paytm, INOX, CINEPOLIS, CARNIVAL ଇତ୍ୟାଦି ଜରିଆରେ ଟିକେଟ କାଟିପାରିବେ ଦର୍ଶକ । ଏହିସବୁ ପ୍ଲାଟଫର୍ମରେ ଆପଣଙ୍କୁ ୯୯ ଟଙ୍କାର ଏହି ସ୍ପେଶାଲ ଅଫର ମିଳିପାରିବ ।

  • ପ୍ରଥମେ ଆପ୍ କୁ ଯାଇ ନିଜ ଲୋକେସନ୍ ଚୟନ କରନ୍ତୁ ।
  • ଏହାପରେ ମନ ପସନ୍ଦର ସିନେମା(ନିକଟରେ ରିଲିଜ ହୋଇଥିବା) ଚୟନ କରି ତାରିଖରେ କେବଳ ୨୦ ସେପ୍ଟେମ୍ବର ଚୟନ କରନ୍ତୁ ।
  • ଏହାପରେ ବୁକ୍ ଟିକେଟ ଅପ୍ସନ ଉପରେ କ୍ଲିକ କରନ୍ତୁ (Price Showing Rs 99)

ଯଦି ଆପଣ ଅନଲାଇନ୍ ଟିକେଟ ବୁକ୍ କରୁଛନ୍ତି, ତେବେ ମୋଭି ଟିକେଟ ୯୯ ଟଙ୍କାରେ ମିଳିପାରିବ । କିନ୍ତୁ ଆପଣଙ୍କୁ ଟାକ୍ସ, ହ୍ୟାଣ୍ଡଲିଙ୍ଗ ଚାର୍ଜ ଇତ୍ୟାଦି ଅତିରିକ୍ତ ଦେବାକୁ ପଡ଼ିବ । ଏହା ଥିଏଟର ଅନୁସାରେ ପ୍ରଦାନ କରିବାକୁ ପଡ଼ିବ ।

କିନ୍ତୁ ଯଦି ଆପଣ ଅଫଲାଇନ୍ ୯୯ ଟଙ୍କା ମୋଭି ଟିକେଟ ପାଇବାକୁ ଚାହୁଁଛନ୍ତି, ସିନେମା ଡେ’ ଦିନ ନିକଟସ୍ଥ ଫିଲ୍ମ ହଲକୁ ଯାଆନ୍ତୁ । ସେଠାରେ ଟିକେଟ କାଉଣ୍ଟରରେ ଯାଇ ସିଟ୍ ଏବଂ ଟାଇମ କହିବା ସହ ଟିକେଟ ବୁକ୍ କରିପାରିବେ ।

ତେବେ ଏହି ଅଫର କେବଳ PVR, INOX, CINEPOLIS, CARNIVAL, MIRAJ, CITY PRIDE, ASIAN, MUKTA A2, MOVIE TIME, WAVE, M2K, DELITE ଏବଂ ଅନ୍ୟାନ୍ୟ ଫିଲ୍ମ ହଲରେ ଉପଲବ୍ଧ ହୋଇପାରିବ । ଏହାବ୍ୟତୀତ ଏହା ଫିଲ୍ମ ହଲର ଟର୍ମସ ଆଣ୍ଡ କଣ୍ଡିସନ୍ ଉପରେ ନିର୍ଭର କରିବ ।

 

Get real time updates directly on you device, subscribe now.