fbpx

ଲେବନାନ୍ ସିରିଏଲ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ନୂଆଦିଲ୍ଲୀ: ଲେବନାନରେ ହୋଇଥିବା ସିରିଏଲ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ ଆବିୟାଦ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ନାବାଳିକା ଏବଂ ଜଣେ ୧୧ ବର୍ଷର ବାଳକ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆବିୟାନ କହିଛନ୍ତି ଯେ ପେଜର ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ସେହିପରି ୨୭୫୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତଙ୍କ ମଧ୍ୟରୁ କେତେକଙ୍କୁ ଉନ୍ନତ ଚିକିତ୍ସା ପାଇଁ ବିଦେଶ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। କିଛି ଆହତଙ୍କୁ ଇରାନ ଓ ସିରିଆ ପଠାଯାଇଥିବା ବେଳେ ୯୮ ପ୍ରତିଶତ ଲୋକ ଦେଶରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ପୃଷ୍ଠାରେ ଏହି ବିସ୍ଫୋରଣରେ ୨୮୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ ଲେବନାନର ସଂସ୍କୃତି ମନ୍ତ୍ରୀ ମହମ୍ମଦ ୱିସାମ୍ ଏହି ବିସ୍ଫୋରଣ ସମ୍ପର୍କରେ କହିଛନ୍ତି, ଇସ୍ରାଏଲ ବିରୋଧରେ ବିଜୟ ନିଶ୍ଚିତ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି, ଇସ୍ରାଏଲର ପାପର କୌଣସି ସୀମା ନାହିଁ ଏବଂ ଗତକାଲିର ଆକ୍ରମଣ ପ୍ରମାଣ କରିଛି ଯେ ଇସ୍ରାଏଲ ମାନବିକତାର ଶତ୍ରୁ। ଇସ୍ରାଏଲ ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇନାହିଁ।

Get real time updates directly on you device, subscribe now.