fbpx

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍, ଏକକାଳୀନ 3ଟି ସ୍ଥାନରେ ଚଢାଉ

ବାଲେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ବାଲେଶ୍ବରର ଅଧୀକ୍ଷଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କ ଘରେ ରେଡ୍ ହେଉଥିବା ସୂଚନା ରହିଛି । ତେବେ ସରକାରୀ ଅଫିସ ସହିତ ବାସ ଭବନରେ ମଧ୍ୟ ଚଢାଉ କରାଯାଇଛି । ଏକକାଳୀନ 3ଟି ସ୍ଥାନରେ ରେଡ ଜାରି ରହିଛି । ବାଲେଶ୍ବର, ଭୁବନେଶ୍ବର ଏବଂ ବ୍ରହ୍ମପୁରରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା କଣ ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ରେଡ୍ ଶେଷ ହେବା ପରେ ସ୍ପଷ୍ଟ ହେବ ।

Get real time updates directly on you device, subscribe now.