fbpx

ପୁରୁଷମାନଙ୍କ ପାଇଁ ଘାତକ ଲାପଟପ୍; Men Fertility ଉପରେ ପଡୁଛି ପ୍ରଭାବ, ହରାଇ ପାରନ୍ତି ସନ୍ତାନ ସୌଭାଗ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲାପଟପ୍ ଜରୁରୀ ଉପକରଣ ସାଜିଛି । କିନ୍ତୁ ଏହାକୁ ଅଧିକ ବ୍ୟବହାର କରିବା ଦ୍ବାରା ଉପକାର ସହିତ ଅପକାର ମଧ୍ୟ ହୋଇପାରେ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଅଧିକ ସମୟ ଧରି ଲାପଟପ ବ୍ୟବହାର କରିବା ଦ୍ବାରା ଏହା ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଇଛି । ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ ।

ବର୍ତ୍ତମାନ ସମୟରେ ଆଧୁନିକ ଜୀବନଶୈଳୀ ଟେକ୍ନୋଲୋଜି ଉପରେ ଅଧିକ ନିର୍ଭରଶୀଳ । ତେବେ ଏହାର ଅଧିକ ବ୍ୟବହାର ପୁରୁଷଙ୍କ କ୍ଷେତ୍ରରେ ପ୍ରଜନନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବାରୁ ଏହା ଚିନ୍ତାର କାରଣ ସାଜିଛି । ଡାକ୍ତର ରୁବି ଯାଦବ ଏବଂ କନିକା ମଲହୋତ୍ରା ଏହି ବିଷୟକୁ ନେଇ ଗୁରୁତ୍ବର ସହିତ ନେଇ ବିପଦକୁ କିଭଳି ହ୍ରାସ କରାଯାଇ ପାରିବ ସେନେଇ ପରାମର୍ଶ ଦେଇଛନ୍ତି ।

ଉତ୍ତାପ ଏବଂ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର- ଡକ୍ଟର ରୁବି ଯାଦବଙ୍କ ଅନୁଯାୟୀ, ଦୀର୍ଘ ସମୟ ଧରି ଲାପଟପ୍ ବ୍ୟବହାର କରିବା ଦ୍ବାରା ପୁରୁଷଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । 2024ରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକ ଫୋନ ଏବଂ ଲାପଟପ ବ୍ୟବହାର କରିବା ଦ୍ବାରା ଉତ୍ତାପ ଏବଂ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ପ୍ରଜନନ କ୍ଷମତାକୁ ହ୍ରାସ କରୁଛି । ଏହି ଏକ୍ସପୋଜର୍ ସ୍କ୍ରୋଟାଲ୍ ହାଇପରଥର୍ମିଆ-ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟାଇପାରେ ଏବଂ ଏହା ଅକ୍ସିଡେଟିଭ୍ ଚାପ ଏବଂ DNA କ୍ଷତି ଘଟାଇପାରେ । ଅନ୍ୟପଟେ କନିକା ମାଲହୋତ୍ରା କହିଛନ୍ତି, ଲାପଟପର ଅଧିକ ବ୍ୟବହାରରେ ପ୍ରଥମ ଚିନ୍ତାର କାରଣ ହେଉଛି ସ୍କ୍ରୋଟାଲ୍ ତାପମାତ୍ରା ବୃଦ୍ଧି । ଶୁକ୍ରାଣୁ ତିଆରି ହେବା ପାଇଁ ତାପମାତ୍ରା ମୂଳ ଶରୀରର ତାପମାତ୍ରା ଠାରୁ ସାମାନ୍ୟ କମ୍ ଅଟେ । କିନ୍ତୁ ଲାପଟପ୍ ବ୍ୟବହାର କାରଣରୁ ତାପମାତ୍ରା ବୃଦ୍ଧି ହେଉଛି, ଯାହା ଦ୍ବାରା ଶୁକ୍ରାଣୁ ସଂଖ୍ୟା କମ୍ ହେବାରେ ଲାଗିଛି ।

ତେବେ ଏହି ବିପଦକୁ ହ୍ରାସ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ସମୟ ଲାପଟପ୍ ସଂସ୍ପର୍ଶରେ ଆସିବାକୁ ବାରଣ କରାଯାଇଛି । ତେବେ ଲାପଟପ ବ୍ୟବହାର ସମୟରେ କୁଲ୍ ପ୍ୟାଡର ବ୍ୟବହାର ସହିତ ସମୟ ସମୟରେ ବିରତି ନେବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଅନ୍ୟପଟେ 30 ବର୍ଷୀୟ ଯୁବକଙ୍କ କ୍ଷେତ୍ରରେ ଏହି ବିପଦକୁ ରୋକିବା ପାଇଁ ଡେମ ହେଲ୍ଥ ଦ୍ୱାରା ଅପ୍ଟିମନ୍ ନିର୍ଦ୍ଦିଷ୍ଟ ଭାବରେ ଡିଜାଇନ୍ କରାଯାଇଛି । ଏଥିରେ B12 ଏବଂ D3 ଭଳି ପ୍ରମୁଖ ଭିଟାମିନ୍ ଜିଙ୍କ, ଫୋଲେଟ୍, ଏବଂ ଜିନ୍ସେଙ୍ଗ ଭଳି ଖଣିଜ ପଦାର୍ଥ, ଯାହା ଅକ୍ସିଡେଟିଭ୍ ଚାପ ଏବଂ DNA କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିପାରିବ ବୋଲି କୁହାଯାଇଛି ।

ବର୍ତ୍ତମାନ ସମୟରେ ବନ୍ଧ୍ୟା ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ 15-20 ପ୍ରତିଶତ ସମୟ ସନ୍ତାନ ସୁଯୋଗ ପାଇପାରୁନାହାନ୍ତି । ଡାକ୍ତର ଯାଦବଙ୍କ ଅନୁସାରେ, 2005 ମସିହାରେ ଅଧ୍ୟୟନରେ ଶୁକ୍ରାଣୁ ଉତ୍ପାଦନରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ବ୍ୟବହାରରେ ଆଧୁନିକ ବୃଦ୍ଧି ଏହି ଅସୁବିଧାଜନକ ଧାରାକୁ ଆହୁରି ସହାୟକ ହୋଇପାରେ ।

Get real time updates directly on you device, subscribe now.