fbpx

ତିରୁପତି ପରେ ଓଡ଼ିଶାର ମନ୍ଦିରକୁ ନେଇ ପ୍ରଶ୍ନ; କେଉଁ ଘିଅରେ ତିଆରି ହେଉଛି ପ୍ରସାଦ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ତିରୁପତି ପ୍ରସାଦରେ ଆମିଷ ମିଶିବା ଘଟଣା କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗ ଉପରେ କୁଠାରାଘାତ ହୋଇଛି। ଏହି ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି। ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିରର ପ୍ରସାଦରେ ନିମ୍ନମାନର ସାମଗ୍ରୀ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।

ଗତ ଗୁରୁବାର ଶାସକ ତେଲୁଗୁ ଦେଶମ ପାର୍ଟି ଦାବି କରିଥିଲା ଯେ ଗୁଜରାଟର ପଶୁପାଳନ ପରୀକ୍ଷାଗାରରେ ଅପମିଶ୍ରଣ ନିଶ୍ଚିତ ହୋଇଛି। ଟିଡିପି ମୁଖପାତ୍ର ଅନାମ ଭେଙ୍କଟ ରମଣ ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀରେ ଏକ କଥିତ ଲ୍ୟାବ ରିପୋର୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ ସ୍ପଷ୍ଟ ବଟରର ନମୁନାରେ ‘ଗୋମାଂସ’ ଥିବା ଦର୍ଶାଯାଇଥିଲା।

ହେଲେ ବର୍ତ୍ତମାନ ଓଡ଼ିଶାର ମନ୍ଦିରକୁ ନେଇ ପ୍ରଶ୍ନ, କେଉଁ ଘିଅରେ ତିଆରି ହେଉଛି ପ୍ରସାଦ?

ପ୍ରାୟତଃ ବିଭିନ୍ନ ମନ୍ଦିରରେ ଅନ୍ନ ପ୍ରସାଦ ସମେତ ଅନ୍ୟ ପ୍ରସାଦ ବି ମିଳୁଛି। ତେବେ ଏଠାରେ ପ୍ରଶ୍ନ କେଉଁ ଘିଅରେ ତିଆରି ହେଉଛି ରୋଷ ଭୋଗ-ବାଲ୍ୟ ଭୋଗ? କିଛି ସୂତ୍ରରୁ ଖବର ମିଳିଛି ଯେ ରାଜଧାନୀ ସମେତ ଅନ୍ୟ ମଠ-ମନ୍ଦିରରେ ପ୍ୟାକେଟ ଘିଅରେ ପ୍ରସାଦ ପ୍ରସ୍ତୁତ ହେଉଛି। ସବୁଠୁ ବଡ଼ କଥା ସେ ସବୁ ଘିଅ ଯେ ଅପମିଶ୍ରିତ ହୋଇନ ଥିବ, ତାହା କିଏ କହିବ।

ଏସବୁ ଘଟଣାକୁ ଆଖି ଆଗରେ ରଖି ରାଜ୍ୟର ମନ୍ଦିରରେ ପ୍ରସ୍ତୁତ ହେଉଥିବା ପ୍ରସାଦ ପାଇଁ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ କରାଯାଉ। ଏହାକୁ ନେଇ ଏବେ ସାଧାରଣରେ ଦାବି ଦେଖା ଦେଇଛି। ଏଠାରେ ଆମେ କହି ରଖୁଛୁ। ଏହି ଖବରଟି କାହାର ଧର୍ମୀୟ ଭାବନା ଉପରେ ଦୃଷ୍ଟିଭଙ୍ଗୀ ଦେବା ଆମର ଉଦ୍ୟେଶ ନୁହେଁ। ବରଂ ଏହା ଏକ ସଚେତନାତ୍ମକ ଖବର ଅଟେ। ଯାହା କେବଳ ଜନହିତ ପାଇଁ ଉଦିଷ୍ଟ।

Get real time updates directly on you device, subscribe now.