fbpx

BJPର ବଡ଼ ଘୋଷଣା; ପ୍ରତ୍ୟେକ ମହିଳାଙ୍କୁ ମାସିକ ମିଳିବ ୨,୧୦୦ ଟଙ୍କା: ଏହି ଦିନକୁ ଅପେକ୍ଷା

ନୂଆଦିଲ୍ଲୀ: ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ମହିଳା ହିତାଧିକାରୀ ମାନଙ୍କୁ ଟଙ୍କା ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାବ୍ୟତୀତ ଆହୁରି ସରକାର ସାଧାରଣ ଜନତାଙ୍କ ବିକାଶ ଏବଂ ସୁବିଧା ପାଇଁ ବିଭିନ୍ନ ଯୋଜନା ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସରକାରଙ୍କ ତରଫରୁ ଆଉ ଏକ ବଡ଼ ଘୋଷଣା କରାଯାଇଛି । ଏହି ଯୋଜନାରେ ସମସ୍ତ ମହିଳାଙ୍କୁ ପ୍ରତି ମାସ ୨,୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବେ ସରକାର । ମହିଳାମାନଙ୍କ ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଆଗାମୀ ବିଦାନସଭା ନିର୍ବାଚନକୁ ନେଇ କମ୍ପୁଛି ହରିୟାଣା । କିଏ ହାତେଇବ ଶାସନ କ୍ଷମତା, ଏ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି କସରତ । ସେଥିପାଇଁ ବିଭିନ୍ନ ଦଳ ନାନା ଘୋଷରା କରୁଛନ୍ତି । ଏହାଭିତରେ ଭାରତୀୟ ଜନତା ପାର୍ଟି ମଧ୍ୟ ବଡ଼ ଘୋଷଣା କରିଛି । ଏଠାକାର ମହିଳାମାନଙ୍କୁ ପ୍ରତ୍ୟେକ ମାସ ୨,୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ସଂକଳ୍ପ ପତ୍ର ଜାରି କରିଛି ବିଜେପି । ହରିୟାଣାରେ ଚଳିତବର୍ଷ ମଧ୍ୟ ବିଜେପି ଯଦି କ୍ଷମତାକୁ ଆସେ, ତେବେ ମହିଳାମାନଙ୍କ ପାଇଁ ଏହି ଯୋଜନା ଲାଗୁ କରାଯିବ ବୋଲି ଘୋଷଣା ହୋଇଛି । ପ୍ରତି ମାସ ୨,୧୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୨,୧୦୦ ଟଙ୍କା ପଠାଯିବ ବୋଲି ସେ ଘୋଷଣା କରିଛନ୍ତି ।

ଏହାପରେ ସେ କହିଛନ୍ତି ଯେ, ବିଜେପି ସର୍ବଦା ନିଜ ପ୍ରତିଶ୍ରୁତି ପୂରଣ କରିଥାଏ । ୨୦୧୪ରେ ବିଜେପି ଜନତାଙ୍କ ପାଇଁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଛି । ଚଳିତବର୍ଷ ମଧ୍ୟ ଯଦି ଭୋଟରଙ୍କ ସମର୍ଥନରେ ବିଜେପି ହରିୟାଣାରେ ବିଜୟୀ ହୁଏ, ତେବେ ଏହି ପ୍ରତିଶ୍ରୁତି ମଧ୍ୟ ପୂରଣ କରିବ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ତେବେ ଲୋକସଭା ନିର୍ବାଚନରେ ବିଜେପି ହରିୟାଣାରେ ପରାସ୍ତ ହୋଇଥିଲା । କୃଷକଙ୍କ ଅସନ୍ତୋଷ ଏବଂ ଅଗ୍ନିପଥ ଯୋଜନା ଏହି ପରାଜୟର କାରଣ ବୋଲି କୁହାଯାଇଛି । ତେଣୁ ଅଗ୍ନିପଥ ଯୋଜନାରେ ସରକାର ଅଗ୍ନିବୀରମାନଙ୍କୁ ନିଶ୍ଚିତ ଚାକିରି ଯୋଗାଇ ଦେବେ ବୋଲି ଜେ.ପି ନଡ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.