fbpx

(Video) Comeback ମ୍ୟାଚରେ ଋଷଭଙ୍କ ଦମଦାର ଶତକ: M.S Dhoniଙ୍କୁ ପଛରେ ପକାଇଲେ ପନ୍ତ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରୁଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ପ୍ରାୟ ୨ ବର୍ଷ ପରେ ଇଣ୍ଡିଆନ୍ ଟେଷ୍ଟ କ୍ରିକେଟରେ ଶତକ ସହ ଋଷଭ ଏକ ଗ୍ରାଣ୍ଡ ଏଣ୍ଟ୍ରି କରିଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ପନ୍ତ ଏବଂ ଶୁଭମନ ଗିଲ୍ ଦମଦାର ଶତକ ଅର୍ଜନ କରି ବାଂଲାଦେଶର ବୋଲିଂ ପ୍ଲାନକୁ ଫେଲ କରିଛନ୍ତି । ଭୟଙ୍ମକ ସଡ଼କ ଦୁର୍ଘଟଣା ପରେ ଟେଷ୍ଟ କ୍ରିକେଟରେ ସେ ଏକ ଧମାକାଦାର ଏଣ୍ଟ୍ରି କରିଛନ୍ତି । ଏହି ଶତକ ସହିତ ସେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି ।

ପ୍ରଥମ ଇନିଂସରେ ମାତ୍ର ୧୨ ରନ କରି ପାଭିିୟନ୍ ପେରିଥିଲେ ଋଷଭ ପନ୍ତ । ତେବେ ଦ୍ୱିତୀୟ ଇନିଂସରେ ସେ ବାଂଲାଦେଶୀ ବୋଲରଙ୍କୁ ନିଜ ରୌଦ୍ର ରୂପ ଦେଖାଇଛନ୍ତି । ତୃତୀୟ ଦିନର ପ୍ରଥମ ସେଶନ୍ ସେ ଆରାମରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ଦମଦାର ଚୌକା-ଛକା ସହ ସେ ନିଜର ଶତକ ହାସଲ କରିଛନ୍ତି । ଦ୍ୱିତୀୟ ସେଶନରେ ବାଂଲାଦେଶ ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନଙ୍କ ବଲରେ ୨ ରନ୍ ନେଇ ନିଜର ଷଷ୍ଠ ଶତକ ଅର୍ଜନ କରିଛନ୍ତି । ମାତ୍ର ୧୨୪ ବଲରେ ନିଜ ଶତକ ହାସଲ କରିଥିବା ବେଳେ ଏହି ଇନିଂସରେ ୧୧ଟି ଚୌକା ଏବଂ ୪ଟି ଛକା ସାମିଲ ରହିଛି ।

ଋଷଭ ପନ୍ତ ଏହି ଶତକ ସହ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ୬ ଶତକର ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଭାରତୀୟ ୱିକେଟକିପର ଭାବରେ ସର୍ବାଧିକ ଶତକ ହାସଲ କରିବାରେ ଧୋନୀ ଏବଂ ପନ୍ତ ଶୀର୍ଷ ସ୍ଥାନରେ ରହିଛନ୍ତି । ଧୋନୀ ୯୦ଟି ଟେଷ୍ଟ ମ୍ୟାଚରେ ୬ଟି ଶତକ ହାସଲ କରିଥିବା ବେଳେ ପନ୍ତ ମାତ୍ର ୩୪ଟି ଟେଷ୍ଟରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି ।

Get real time updates directly on you device, subscribe now.