fbpx

(Video) ସବୁଠି ବିରାଜିତ ଜଗନ୍ନାଥ! ଟମାଟୋରେ ଦିଶିଲା ପତିତପାବନ ଶ୍ରୀମୁଖ… ଚକା ଆଖିକୁ ଦେଖି ଭାବବିହ୍ୱଳ ଭକ୍ତ

ଓଡ଼ିଶା ଭାସ୍କର: ଅତ୍ର, ତତ୍ର, ସର୍ବତ୍ର ବିରାଜିତ ପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱାସରେ ମିଳନ୍ତି ଭଗବାନ । କୁହାଯାଏ, ସତ୍ ମନରେ ଡାକିଲେ ଦର୍ଶନ ଦିଅନ୍ତି ଭାବଗ୍ରାହୀ କାଳିଆ ଠାକୁର । ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ଏହାର ଉଦାହରଣ ଭାବରେ ପୁରାଣରେ ବର୍ଣ୍ଣିତ ହୋଇ ରହିଛି । ଏହାପରେ ନିକଟରେ ପରଟାରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖ ଦେଖିବାକୁ ମିଳିଥିଲା । ଆଉ ଏବେ ଟମାଟୋରେ ଦେଖିବାକୁ ମିଳିଛି ଜଗା କାଳିଆର ଶ୍ରୀମୁଖ । ଯାହାକୁ ଏବେ ଜଣେ ମହିଳା ନିଜ ଠାକୁର ଘରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ରଖି ପୂଜା କରୁଛନ୍ତି ।

ତେବେ ଆମେ କହିରଖିବାକୁ ଚାହୁଁଚୁ ଯେ, ଟମାଟୋରେ ବାହାରିଛନ୍ତିି ପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କ ସେହି ଚକା ଆଖି ଟମାଟୋରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଟମାଟୋରେ ଏଭଳି କାଳିଆ ଠାକୁରର କଳା ମୁହଁ ଦେଖି ଭାବବିହ୍ୱଳ ହୋଇପଡିଛନ୍ତି ପରିବାରବର୍ଗ । ସଙ୍ଗେ ସଙ୍ଗେ ପୁରା ପରିବାରକୁ ଡାକ ପକାଇଲେ ଆଉ ସମସ୍ତେ ଏ ଟମାଟୋରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଗତକାଲି ଚିଲି ପନିର କରିବାକୁ ଝୁଡିରୁ ଟମାଟୋ କାଢ଼ିଲା ବେଳକୁ ଦେଖିବାକୁ ପାଇଥିଲେ ଯେ ସ୍ୱୟଂ ମହାପ୍ରଭୁ ଘରକୁ ଆସିଛନ୍ତି । ଜଗନ୍ନାଥଙ୍କୁ ଦେଖି କ୍ଷଣିକ ସମୟ ପାଇଁ ନିଜ ଆଖିକୁ ବିଶ୍ୱାସ କରିପାରିଲେନି ।

କେତେବେଳେ ପରଟାରେ ବାହାରୁଥିଲେ ମହାପ୍ରଭୁ ତ ପୁଣି କେତେ ବେଳେ ବିଲାତି ବାଇଗଣ ରେ ପ୍ରଭୁ ଜଗନ୍ନାଥ । ଆଉ ଟିକେ ଦେଖୁନାହାଁନ୍ତି ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି । ସତେ ଯେମିତି ଜଗତର ନାଥ ଜଗନ୍ନାଥ ବିଲାତି ବାଇଗଣରେ ଦର୍ଶନ ଦେଉଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଗୋପାଳପୁରର ପୁଥୁଲ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ ।

ଗତକାଲି ପୁଥୁଲ୍ ଘରେ ଚିଲି ପନିର କରିବା ପାଇଁ ଟମାଟୋ ବାହାର କରିଥିଲେ । କିନ୍ତୁ ଏହି ସମୟରେ ସେ ବିଲାତି ବାଇଗଣରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି । ଏହା ପରେ ପୁରା ପରିବାର ଲୋକ ମିଶି ଠାକୁର ଘରେ ବିଲାତି ବାଇଗଣକୁ ରଖି ପୂଜାର୍ଚ୍ଚନା କରିଥିଲେ । ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ପୁରା ପରିବାର । ଏହା ପରେ ଘରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପୂଜାପାଠରେ ଘର ଏବେ ଫାଟି ପଡୁଛି ।

 

Get real time updates directly on you device, subscribe now.