fbpx

ସେନାଙ୍କ ଟ୍ରେନ ଉଡ଼ାଇବାକୁ ଖତରନାକ ପ୍ରୟାସ: ରେଲୱେ ଟ୍ରାକରେ ଲଗାଇ ଦେଲେ ୧୦ଟି ଡିଟୋନେଟର

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ପୁଣିଥରେ ଟ୍ରେନକୁ ଉଡ଼ାଇବା ପାଇଁ ପ୍ରୟାସ କରାଯାଇଛି । ଏଥର ବୋମା ବିସ୍ଫୋରଣରେ ସେନାବାହିନୀଙ୍କ ଟ୍ରେନ ଉଡ଼ାଇ ଦେବା ପାଇଁ ଚକ୍ରାନ୍ତ ହୋଇଥିଲା । ସେଥିପାଇଁ ରେଲୱେ ଟ୍ରାକରେ ଡିଟୋନେଟର ଲଗା ଯାଇଥିା କୁହାଯାଉଛି । ବୁରହାନପୁରର ନେପାନଗର ବିଧାନସଭା ମଣ୍ଡଳୀ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଟ୍ରେନ ଡିଟୋନେଟର ସମ୍ପର୍କରେ ଆସବା ମାତ୍ରେ ଏଥିରେ ଧମାକା ହୋଇଥିଲା । ଡ୍ରାଇଭର ଏ ନେଇ ତୁରନ୍ତ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ । ତେବେ ଘଟଣାସ୍ଥଳରେ ମୋଟ ୧୦ଟି ଡିଟୋନେଟର ଲଗାଯାଇଥିବା ସୂଚନା ମିଳିଛି ।

ଏହି ମାମଲା ସାମନାକୁ ଆସିବା ପରେ ଏଟିଏସ ଏବଂ ଏନଆଇଏ ସମେତ ଅନ୍ୟ ଏଜେନ୍ସି ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ରେଲୱେ ଏବଂ ସ୍ଥାନୀୟ ପୋଲିସ ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଭଳି କାଣ୍ଡ ପଛରେ କୌଣସି ଆତଙ୍କୀ ସଂଗଠନର ହାତ ଥିବା ଅନଶଙ୍କା କରାଯାଉଛି । ଏହି ଘଟଣା ସମ୍ପୂର୍ଣ୍ଣ ଭାବରେ ସେନାବାହିନୀ ସହ ସମ୍ପୃକ୍ତ ରହିଥିବାରୁ ସମ୍ପୂର୍ଣ୍ଣ ଗୋପନୀୟତା ସହ ଏହି ମାମଲାର ତଦନ୍ତ ଜାରି ରହିଛି । ଯାଞ୍ଚକୁ ନେଇ ଅଧିକାରୀ ମଧ୍ୟ ଗଣମାଧ୍ୟମକୁ କୌଣସି ତଥ୍ୟ ଦେଇପାରିବେ ନାହିଁ । ତେବେ ଟ୍ରାକରେ ୧୦ଟି ଡେଟୋନେଟର ଥିବା କହିଛନ୍ତି ରେଲୱେର ଜଣେ ଅଧିକାରୀ ।

ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଟ୍ରେନକୁ ଦୁର୍ଘଟଣା କରାଇବା ପାଇଁ ପ୍ରୟାସ କରାଯାଉଛି । ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ ତାରିଖରେ ଜମ୍ମୁ-କଶ୍ମୀରରୁ କର୍ଣ୍ଣାଟକ ଯାଉଥିବା ଆର୍ମି ସ୍ପେସାଲ ଟ୍ରେନ ସହିତ ଏଭଳି ଘଟଣା ଘଟିଯାଇଛି । ଟ୍ରାକରେ ଲାଗିଥିବା ଡେଟୋନେଟର ସମ୍ପର୍କରେ ଆସିବା ମାତ୍ରେ ଘଟଣା ସ୍ମପର୍କରେ ଲୋକୋ ପାଇଲଟଙ୍କୁ ଅବଗତ କରାଇଥିଲେ ଟ୍ରେନ ଚାଳକ । ଏହାପରେ ଇମରଜେନ୍ସି ବ୍ରେକ ସହ ଡ୍ରାଇଭର ଗାଡ଼ି ରୋକିଥିଲେ । ଏହାପରେ ରେଲୱେ ଅଧିକାରୀ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ମଧ୍ୟ ସୂଚନା କରାଯାଇଛି । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦ ଟଳିଯାଇଛି ।

Get real time updates directly on you device, subscribe now.