fbpx

ସୂର୍ଯ୍ୟ ମନ୍ଦିର ତଳେ କ’ଣ ରହିଛି? ଚାଲିଛି ଲେଜର ସ୍କାନିଙ୍ଗ, ଜଣାପଡ଼ିବ ସତ୍ୟତା

କୋଣାର୍କ: ଓଡ଼ିଶା ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାତଳେ ଅନେକ କିଛି ଖଣିଜ ସମ୍ପଦ ଲୁଚି ରହିଥିବା ବିଭିନ୍ନ ସମୟରେ ଆଲୋଚନା ହୋଇଥାଏ । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେଣୁ ଏହାର ସତ୍ୟାସତ୍ୟ ପାଇବା ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜିପିଆରଏସ ଲେଜର ସ୍କାନିଙ୍ଗ ଆରମ୍ଭ ହୋଇଯାଇଛି । ମନ୍ଦିରର ଗର୍ଭଗୃହ ଏବଂ ଚତୁଃପାଶ୍ୱର୍ର ଜିପିଆରଏସ ଲେଜର ସ୍କାନିଙ୍ଗ କରାଯାଉଛି । ଏହି ଲେଜର ସ୍କାନିଂରେ ୩ ଜଣିଆ ବୈଜ୍ଞାନିକ ଟିମ୍ ସାମିଲ ରହିଛନ୍ତି । ମାଟି ତଳେ ପ୍ରାୟ ୧୦ ମିଟର ଗଭୀର ପର୍ଯ୍ୟନ୍ତ ସ୍କାନିଙ୍ଗ କରାଯାଉଛି । ଏହି ସ୍କାନିଙ୍ଗ ପରେ ମନ୍ଦିର ତଳେ କ’ଣ ରହିଛି, ତାହା ସ୍ପଷ୍ଟ ହୋଇପାରିବ ।

Get real time updates directly on you device, subscribe now.