fbpx

୬ ବର୍ଷର ଝିଅକୁ ଦୁଷ୍କର୍ମ କରିବାକୁ ଯାଉଥିଲା ଯୌନ ପିଶାଚ; ବଞ୍ଚାଇଲେ ହନୁମାନ!

ଲକ୍ଷ୍ନୌ: ଓଡ଼ିଆରେ ଏକ କଥା ରଖେ ହରି ତ ମାରେ କିଏ। ଜଣେ ୬ ବର୍ଷର ୟୁକେଜି ଛାତ୍ରୀଙ୍କୁ ଦୁଷ୍କର୍ମର ଶିକାର ହେବାରୁ ବଞ୍ଚାଇଲେ ମାଙ୍କଡ଼ ପଲ। ଘଟଣାଟି ୟୁପିର ବାଗପତରେ ଘଟିଛି। ଅଭିଯୋଗ ଅନୁସାରେ ପିଲାଟିକୁ ଚକଲେଟର ଲୋଭ ଦେଖାଇ ଘରଠୁ ଦୂରରେ ଥିବା ପରିତ୍ୟକ୍ତ ଘରକୁ ନେଇଯାଇଥିଲା ଏକ ଯୌନ ପିଶାଚ। ସେଠାରେ ସେ କୁନି ଝିଅଟିକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା।

ହେଲେ ହଠାତ୍ କିଛି ମାଙ୍କଡ଼ ସେଠାକୁ ଆସିଥିଲେ, ମାଙ୍କଡ଼ଙ୍କ ଆକ୍ରମଣକୁ ଭୟ କରି ଅଭିଯୁକ୍ତ ନାବାଳିକାକୁ ଛାଡି ପଳାଇ ଯାଇଥିଲା। ଏହି ଘଟଣା ପରେ ଶିଶୁଟି ଘରେ ପହଞ୍ଚି ମାଙ୍କଡ଼ମାନେ କିପରି ତାଙ୍କୁ ବଞ୍ଚାଇଥିଲେ ସେ ବିଷୟରେ କହିଥିଲା। ନିକଟସ୍ଥ ସିସିଟିଭି ଫୁଟେଜରେ ଅଭିଯୁକ୍ତ ଝିଅକୁ ଏକ ଗଳିକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ହେଲେ ତାର ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ।

ଲୋକେ କହୁଛନ୍ତି ଯେ ମାଙ୍କଡ଼ଙ୍କ ଯୋଗୁଁ ପିଲାଟି ଏତେ ବଡ଼ ବିପଦରୁ ବଞ୍ଚିଯାଇଛି। ଟିଓଆଇର ରିପୋର୍ଟ ଅନୁଯାୟୀ, ବାଗପତ ସର୍କଲ ଅଫିସର ହରିଶ ଭଦୋରିଆ ଏହି ସୂଚନା ପାଇ କହିଛନ୍ତି, ‘ଘଟଣାର ତଦନ୍ତ ଚାଲିଛି। ଭାରତୀୟ ନ୍ୟାୟ ବିଧି (ବିଏନଏସ)ର ଧାରା ୭୪, ଧାରା ୭୬ ଲାଗୁ କରାଯାଇଛି।’ ଏହି ଘଟଣାକୁ ନେଇ ଲୋକେ କହୁଛନ୍ତି ପିଲାଟିକୁ ହନୁମାନ ନିଜେ ସୁରକ୍ଷା ଦେଇଛନ୍ତି। ପିଲାଟି ସୁସ୍ଥ ଥିବା ସତ୍ତ୍ୱେ ତାର ବାପା-ମା’ ଦୁଃଖରେ ଅଛନ୍ତି ଏବଂ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି।

Get real time updates directly on you device, subscribe now.