fbpx

Relationship Tips; ପ୍ରେମ ସମ୍ପର୍କକୁ ବଞ୍ଚାଇ ରଖିବାକୁ ଭୁଲି ଯାନ୍ତୁ ଅହଂକାର: ଜାଣିନିଅନ୍ତୁ କ’ଣ କରିବା ଦ୍ୱାରା ମଜବୁତ ରହେ Relation

ଭୁବନେଶ୍ୱର : ନିଜର ସମ୍ପର୍କ ମଜବୁତ କରିବା ପାଇଁ ସର୍ବ ପ୍ରଥମେ ନିଜ ସାଥୀ ଏବଂ ପରସ୍ପର ଉପରେ ବିଶ୍ୱାସ ରଖନ୍ତୁ ଏବଂ ପରସ୍ପର ଭାବନାର ସମ୍ମାନ କରନ୍ତୁ । କୁହାଯାଉଛି ସମ୍ପର୍କରେ ଅହଂକାରର କୌଣସି ସ୍ଥାନ ନାହିଁ । ତଥାପି ମଣିଷ ସ୍ୱଭାବରେ ଅହଂକାରକୁ ଆପଣ ଅଣଦେଖା କରି ପାରିବେ ନାହିଁ । ଯେତେବେଳେ ଆପଣ ନିଜର ଭାବନା ବିଷୟରେ ଚିନ୍ତା କରନ୍ତି , ସେତେବେଳେ ଆପଣଙ୍କ ସାଥୀ ଭାବନ୍ତି ଆପଣ କେବଳ ନିଜର ହିଁ ଚିନ୍ତା କରନ୍ତି । ଏଭଳି ଅନେକ ନକାରାତ୍ମକ ମନ ଭାବ ସାଥୀଙ୍କ ମନରେ ସୃଷ୍ଟି ହୋଇଥାଏ । ଏହି ଭଳି ମନ ଭାବ ସୃଷ୍ଟି ହେବା ଦ୍ୱାରା ସମ୍ପର୍କରେ ତିକ୍ତତା ଦେଖା ଦେଇଥାଏ । ସମ୍ପର୍କକୁ ବଞ୍ଚାଇବା ପାଇଁ ପ୍ରଥମରେ ନିଜର ସମସ୍ୟା କ’ଣ ରହିଛି ଜାଣନ୍ତୁ ।

ସମ୍ପର୍କରେ ଅହଂକାରର ଲକ୍ଷଣ :

  • ସବୁ ବେଳେ ନିଜକୁ ସଠିକ ସାବ୍ୟସ୍ତ କରିବା
  • ସାମ୍ନା ଲୋକର ଭାବନାକୁ ମହତ୍ୱ ନଦେବା
  • ସମ୍ପର୍କରେ ଇର୍ଷା ମନଭାବ ରଖିବା । ବିଶେଷ କରି ନିଜ ଚର୍ତୁପାଶ୍ୱର୍ରେ ନାକାରାତ୍ମକ ପରିବେଶ ସୃଷ୍ଟି କରିବା । ନିଜ ସାଥିକୁ ନିଜ ଠାରୁ ସାବଧାନ ରଖିବାରେ ମଜବୁର କରିବା ।
  • କୌଣସି କଥାରେ ଅଭିମାନ କରିବା ସମ୍ପର୍କକୁ ବର୍ବାଦ କରିଥାଏ ।
  • ଭୁଲ କରିବା ପରେ ମଧ୍ୟ ଭୁଲକୁ ସ୍ୱୀକାର ନ କରିବା ଏବଂ କ୍ଷମା ମାଗିବା କଷ୍ଟକର ହେଲେ ବୁଝି ନେବା ଯେ ସମ୍ପର୍କରେ ଅହଂକାର ଭରି ଗଲାଣି ।

ସମ୍ପର୍କର ଯତ୍ନ ନେବା :

  • ଏହି ସବୁରୁ ବଞ୍ଚିବା ପାଇଁ ଜୀବନ ସାଥୀଙ୍କ ସହିତ କିଛି ସ୍ୱତନ୍ତ୍ର ସମୟ ବିତାନ୍ତୁ ।
  • ପରସ୍ପରଙ୍କ ଜରୁରୀ ଜିନିଷର ଧ୍ୟାନ ରଖନ୍ତୁ । ଯଦି କିଛି ସମସ୍ୟା ରହୁଛି ତେବେ ଶାନ୍ତ ମନରେ କଥା ହୋଇ ପରସ୍ପର ଭିତରେ ସମସ୍ୟାର ସମାଧାନ କରି ଦିଅନ୍ତୁ ।
  • ଆପଣଙ୍କ ଦ୍ୱାରା ଯଦି କିଛି ଭୁଲ ହେଉଛି ତେବେ ଆପଣ ନିଜ ଜୀବନ ସାଥୀକୁ କ୍ଷମା ମାଗି ନିଅନ୍ତୁ । ଏହା ଦ୍ୱାରା ସମ୍ପର୍କରେ ଶାନ୍ତି ବଜାୟ ରହିବ ।
  • ସମ୍ପର୍କ ସବୁ ବେଳେ ବିଶ୍ୱାସର ଭିତ୍ତିଭୂମି ଉପରେ ଚାଲିଥାଏ । ଯଦି ଏପରି ନହୁଏ, ତେବେ ସେହି ସମ୍ପର୍କ ଅଧିକ ଦିନ ଚାଲେ ନାହିଁ ।

Get real time updates directly on you device, subscribe now.