fbpx

ନୂଆ ଫୋନ କିଣିଲେ ହେଲେ ପାର୍ଟି ଦେଲେନି, ରାଗରେ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ: ଫୋନ ପାଇଁ ଚାଲଗଲା ଜୀବନ । ନୂଆ ଫୋନ କିଣି ପାର୍ଟି ନଦେବା କାରଣରୁ ନାବାଳକଙ୍କୁ ଜୀବନରୁ ମାରି ଦେଇଥିବା ଖବର ସାମ୍ନାକୁ ଆସିଛି । ଜାତୀୟ ରାଜଧାନୀରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ନୂଆଦିଲ୍ଲୀର ସକରପୁର ମାର୍କେଟରେ ନାବାଳକକୁ ଛୁରୀ ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମୃତକଙ୍କ ବୟସ 16 ବର୍ଷ ହୋଇଥିବା ବେଳେ ନାମ ସଚ୍ଚିନ ବୋଲି ଜଣାପଡିଛି ।

ସକରପୁର ଥାନାରେ ଏହି ହତ୍ୟାକୁ ନେଇ ଅନେକ ଧାରା ଅଧାରରେ ମାମଲା ଦାୟର କରାଯାଇଛି । ହତ୍ୟା କରାଯାଇଥିବା ଅପରାଧୀମାନେ ମଧ୍ୟ ନାବାଳକ ବୋଲି ଜଣାପଡିଛି । ସୂଚନା ଅନୁସାରେ, ସକରପୁରରେ ସଚ୍ଚିନ ନିଜ ପରିବାର ସହିତ ରହୁଥିଲେ । ସେ ସକରପୁରରେ ହିଁ ଏକ ସରକାରୀ ବିଦ୍ୟାଳୟରେ 9ମ ଶ୍ରେଣୀରେ ପଢୁଥିଲେ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, 3ଜଣ ପିଲା ଦୌଡିଦୌଡି ଆସି ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ।

ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ବଜାର ଭିତରେ ହିଁ ଯୁବକଙ୍କୁ ହତ୍ୟା କରାଯାଇଛି । ସଚ୍ଚିନ ପ୍ରାଣ ବଞ୍ଚାଇବା ପାଇଁ ଏପଟେ ସେପଟେ ଦୌଡୁଥିଲେ ମଧ୍ୟ ଦୁର୍ବୃତ୍ତ ସାଙ୍ଗମାନେ ତାଙ୍କୁ ଛାଡିନଥିଲେ । ଦୌଡି ଦୌଡି ତାଙ୍କୁ ଛୁରୀ ଭୁସିଥିଲେ । ତେବେ ଏହି ହତ୍ୟାକାଣ୍ଡ ପରେ ମାର୍କେଟରେ ହଙ୍ଗାମା ଦେଖାଯାଇଛି । ନାବାକକୁ ଲହୁଲୁହାଣ କରି ଘଟଣାସ୍ଥଳକୁ ଦୋଷୀ ଫେରାର ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.