fbpx

(Video) ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍, ଏହି ତାରିଖରୁ ପୁଣି ମିଳିବ ଟଙ୍କା

ଭୁବନେଶ୍ବର(ଓଡିଶା ଭାସ୍କର) : ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିସାରିଛି । 5000 ଟଙ୍କା ପାଇ ଖୁସୀ ଅଛନ୍ତି ମହିଳା । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ହିତାଧିକାରୀ ଏହି ଟଙ୍କା ପାଇବାକୁ ବାଦ୍ ପଡିଛନ୍ତି । ଏନେଇ ଅନେକ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଯଦି ଆପଣଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିନାହିଁ, ତାହେଲେ ଆପଣ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଏକଥା ଆମେ କହୁନାହୁଁ ବରଂ ଖୋଦ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସମସ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପଇସା ଯିବ ବୋଲି ପ୍ରଭାତି ପରିଡା କହିଛନ୍ତି । ବିଳମ୍ବ ହେଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ସେ ଘୋଷଣା କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ ସୁଭଦ୍ରା ଟଙ୍କାକୁ ନେଇ ଜମା ବି ଭ୍ରମିତ ହୁଅନ୍ତୁ ନାହିଁ । ବ୍ୟାଙ୍କରୁ ଟଙ୍କା ନଉଠେଇଲେ ସରକାର ଟଙ୍କା ଫେରେଇ ନେବେ ବୋଲି ଯେଉଁ ଗୁଜବ ହେଉଛି ତାହା ସତ୍ୟ ନୁହେଁ । ଯେଉଁମାନଙ୍କୁ ଟଙ୍କା ମିଳିଛି, ସେମାନେ ହିଁ ଉକ୍ତ ଟଙ୍କାର ହକଦାର । ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ, ସେମାନଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଯିବ ବୋଲି ସେ ସୂଚନା ଦେଇଛନ୍ତି । ଯଦି ଡିସେମ୍ବର ମାସରେ ବି କୌଣସି ହିତାଧିକାରୀ ଆବେଦନ କରନ୍ତି ତାହେଲେ ବି ପ୍ରଥମ କିସ୍ତି ପାଇବାରେ ଯୋଗ୍ୟ ବିବେଚିତ ହେବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.