fbpx

Breaking: ଓଡିଶାରେ ହେବନି ଇଭି ପ୍ଲାଣ୍ଟ ! ପ୍ରକଳ୍ପରୁ ଓହରିଲା କି JSW ?

ଭୁବନେଶ୍ବର: ଇଭି ପ୍ରକଳ୍ପ ନେଇ ବଡ ଅପଡେଟ୍ । ଓଡିଶାରେ ଇଭି ପ୍ରକଳ୍ପ କରିନପାରେ ଜେଏସଡବ୍ଲୁ(JSW) । ଓଡିଶାରେ ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପ୍ରକାଶଥାଉକି, ଓଡିଶାରେ ଇଭି ପ୍ରକଳ୍ପ ନେଇ ବିଜେଡି ସରକାର ରହିଥିବା ସମୟରେ 7 ମାସ ପୂର୍ବେ(ଫେବୃଆରୀ 10 ତାରିଖରେ) ଏହି ଚୁକ୍ତି କରିଥିଲା ଜେଏସଡବ୍ଲୁ । 40 ହଜାର କୋଟି ନିବେଶରେ ଓଡିଶାରେ ପ୍ଲାଣ୍ଟ କରିବା ନେଇ ଚୁକ୍ତି କରିଥିଲା । କଟକ ଏବଂ ପାରାଦ୍ବୀପରେ ଏହା ପ୍ରତିଷ୍ଠା ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଏହା ମହାରାଷ୍ଟ୍ରରେ ହେବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏହି ଚର୍ଚ୍ଚାକୁ ନେଇ ଜେଏସଡବ୍ଲୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଓଡିଶାରୁ ଇଭି ପ୍ରକଳ୍ପ ସ୍ଥାନାନ୍ତରଣ ପ୍ରସଙ୍ଗରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଓଡିଶା ଛାଡିବା ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ । ବିଭିନ୍ନ କାରଣ ପାଇଁ ପ୍ରକଳ୍ପ ବିଳମ୍ବ ହୁଏ । ନିବେଶକମାନେ ସେମାନଙ୍କର ଇଚ୍ଛା ମୁତାବକ ନିବେଶ କରିଥାନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ଏହାକୁ ନେଇ କଟାକ୍ଷ କରିଛି । ଆଗକୁ ଆହୁରି ପ୍ରକଳ୍ପ ହାତରୁ ଯିବା ନେଇ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।

Get real time updates directly on you device, subscribe now.