fbpx

ତ୍ରିଶକ୍ତି ନୁହେଁ, ଭାରତ ଏକ ‘ମହାଶକ୍ତି’… ଏସିଆର ତୃତୀୟ ସୁପର ପାୱାର: ପଛରେ ପଡ଼ିଲେ ଜାପାନ-ଋଷ

ନୂଆଦିଲ୍ଲୀ: ଜଳ-ସ୍ଥଳ-ଆକାଶ, ସବୁ କ୍ଷେତ୍ରରେ ନିଜ ଶକ୍ତିର ପରାକ୍ରମ ଦେଖାଇ ସାରିଛି ଭାରତ । କର୍ତ୍ତବ୍ୟନିଷ୍ଠା ଏବଂ ଦେଶପ୍ରେମରେ ଭାରତର ଏହି ତ୍ରିଶକ୍ତି ଅନେକ ଶତ୍ରୁରାଷ୍ଟ୍ରକୁ ପରାସ୍ତ କରିବାରେ ସଫଳ ହୋଇଛି । ତେଣୁ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ମଧ୍ୟ ବିବେଚିତ କରାଯାଏ । ବର୍ତ୍ତମାନ ଏହା ପ୍ରମାଣ ମଧ୍ୟ ହୋଯାଇଛି । ଏସିଆ ପାୱାର ଇଣ୍ଡେକ୍ସ ରାଙ୍କିଙ୍ଗରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଆମେରିକା ଏବଂ ଚୀନ୍ ପରେ ଭାରତ ମହାଦେଶର ତୃତୀୟ ମହାଶକ୍ତି ପାଲଟିଛି ଭାରତ । ଏହି ତାଲିକାରେ ଋଷ ଏବଂ ଜାପାନକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ କବଜା କରିଛି । ତେବେ ପାକିସ୍ତାନ ଏହି ତାଲିକାରେ ଖୁବ ପଛରେ ପଡ଼ିଯାଇଛି ।

ସୂଚନା ଅନୁସାରେ, ଏସିଆ ପାୱାର ଇଣ୍ଡେକ୍ସ ରାଙ୍କିଙ୍ଗରେ ଭାରତ ୩୯.୧ ସ୍କୋର ହାସଲ କରିଛି । ତେବେ ଜାପାନ ୩୮.୯ ସ୍କୋର ସହିତ ଚତୁର୍ଥ ସ୍ଥାନକୁ ଖସି ଆସିଥିବା ବେଳେ ୩୧.୯ ସ୍କୋର ସହିତ ଅଷ୍ଟ୍ରେଲିଆ ପଞ୍ଚମ ତାଲିକାରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଏସିଆରେ ଶକ୍ତିର ସନ୍ତୁଳନ ଆମେରିକା ଏବଂ ଚୀନ ହାତରେ ରହିଛି । କିନ୍ତୁ ଶକ୍ତିରୁ ମହାଶକ୍ତି ପାଲଟିଥିବା ଭାରତ ଖୁବଶୀଘ୍ର ଏହି ସ୍ଥାନ ହାସଲ କରିପାରେ ବୋଲି ଆଶା କରାଯାଉଛି । ତେବେ ଚୀନରେ ଲଗାତାର ସୈନ୍ୟ ବୃଦ୍ଧି ହେଉଥିବା ବେଳେ ଏହାର ଶକ୍ତି ସ୍ଥିର ଅବସ୍ଥାରେ ରହିଛି । ସେହିପରି ଆମେରିକା ୮ଟି ଶକ୍ତିରୁ ୬ଟି ଶକ୍ତି କ୍ଷେତ୍ରରେ ଖୁବ ଆଗରେ ରହିଛି । ତାଲିକାରେ ଋଷ ୩୧.୧ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଖସି ଆସିଥିବା ବେଳେ ପାକିସ୍ତାନ ସ୍ଥିତି ଖୁବ ଖରାପ ରହିଛି । ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ୧୪.୬ ସ୍କୋର ସହ ୧୬ତମ ସ୍ଥାନକୁ ଖସିଛି । ୧୪.୭ ସ୍କୋର ସହ ପାକିସ୍ତାନକୁ ପଛରେ ପକାଇ ୧୫ତମ ସ୍ତାନ ହାସଲ କରିବାରେ ସଫଳ ହୋଇଛି ଫିଲିପାଇନ୍ସ ।

ଭାରତରେ ଜଳ-ସ୍ଥଳ-ଆକାଶମାର୍ଗରେ ଶକ୍ତିକୁ ମଜବୁତ କରିବାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତ, ଯାହାର ରୂପରେଖ କହୁଛି ଏସିଆ ପାୱାର ଇଣ୍ଡେକ୍ସ । ଆମେରିକା-ଚୀନ ନିଜ ସ୍ଥାନରେ ସ୍ଥିର ରହିଥିବା ବେଳେ ଭାରତର ଆର୍ଥିକ କୌଶଳ, ସୈନ୍ୟ ଶକ୍ତି ଏବଂ କୁଟନୈତିକ ରଣନୀତିକୁ ପରସ୍ପର ପ୍ରଭାବ କ୍ଷେତ୍ରରେ ଭବିଷ୍ୟତକୁ ନୂଆ ଆକାର ଦେଇପାରିବ । ଏହି ରିପୋର୍ଟ ଅନୁସାରେ, ଭାରତର ଶକ୍ତିକୁ ବୈଶ୍ୱିକ ସ୍ତରରେ ଭୂ-ରାଜନୀତିରେ ଏକ ନୂଆ ଦିଗରେ ନେଇପାରେ ବୋଲି ଅନୁମାନ କରାଯାଉଛି । ସଂଶୋଧନର ଉପଯୋଗ ଏବଂ କୁଟନୈତିକ କ୍ଷମତାର ବୃଦ୍ଧି ବଳରେ ଭାରତ ଏସିଆର ଏକ ପ୍ରମୁଖ ଶକ୍ତି ଭାବରେ ପରିଚୟ ହାସଲ କରିପାରିବ ।

Get real time updates directly on you device, subscribe now.