fbpx

(Video) ଭରତପୁର ଥାନା ବିବାଦ; ଥାନାରେ କ୍ରାଇମବ୍ରାଞ୍ଚର ତନାଘନା, ପ୍ରଶ୍ନବାଣରେ ଘାଇଲା ନିଲମ୍ବିତ IIC

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଏବଂ ନିର୍ଯାତନା ମାମଲା । ତଦନ୍ତ ପାଇଁ ଭରତପୁର ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ପୀଡିତାଙ୍କ ଅଭିଯୋଗ ଆଧାରରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ତେବେ ପ୍ରଥମେ ଥାନା ଭିତରେ ପୂର୍ବତନ ଆଇଆଇସିଙ୍କୁ ଜେରା କରିଥିଲା । ତେବେ କ୍ରାଇମବ୍ରାଞ୍ଚର ପ୍ରଶ୍ନ ଶୁଣି ସେ ଛାନିଆ ହୋଇଯାଇଥିବା ଚର୍ଚ୍ଚା ହେଉଛି । କଣ ପାଇଁ ମେଜର ବାନ୍ଧବୀଙ୍କ ସହିତ ଏଭଳି କଲେ ସେ ନେଇ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ମଧ୍ୟ ହୋଇପାରେ ।

ଅନ୍ୟପଟେ ଏହି ମାମଲାରେ ଭରତପୁର ଥାନାରେ ପହଞ୍ଚିଛନ୍ତି ମେଜର ଏବଂ ତାଙ୍କ ବାନ୍ଧବୀ । ଉଭୟଙ୍କୁ ଏକାଠି କରି ଆଜି ସାମ୍ନାସାମ୍ନି ଜେରା କରିପାରେ ବୋଲି ଜଣାପଡିଛି । ତେବେ ଥାନାରେ ଭିତରେ ପ୍ରଥମେ ସିନ୍ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ । କେଉଁସ୍ଥାନରେ ଏବଂ କିଏ କିଭଳି ନିର୍ଯାତନା ଦେଇଥିଲା ସେନେଇ ସବୁ ଦେଖାଉଛନ୍ତି ମେଜର ବାନ୍ଧବୀ । ତେବେ ଭରତପୁର ଥାନା ପରେ ପଥରଗଡିଆ ଘଟଣାସ୍ଥଳକୁ ଯିବ । ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ପାଇଁ ଭରତପୁର ଏବଂ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । କଣ ପାଇଁ ରୋଡ ରୋମିଓ ମେଜର ବାନ୍ଧବୀଙ୍କ ସହ ଝାମେଲା କରିଥିଲେ, ସହି ସ୍ଥାନରେ ଆଉ କଣ ଘଟିଥିଲା, ଭରତପୁର ଥାନାରେ କାହିଁକି ତାଙ୍କୁ ନିର୍ଯାତନା ଦିଆଯାଇଥିଲା ଏହି ସମସ୍ତ ଦିଗକୁ ଆଧାର କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.